121

ଆଜିଠାରୁ କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୨୧ା୮(ଓଡିଆନ ମିଡିଆ):ଆଜିଠାରୁ   କଡ଼ାକଡ଼ି ହେଲା ଟ୍ରାଫିକ୍ ନୟମ। ଏଣିକି କଟକଣା ନ ମାନିଲେ ୩ ମାସ ପାଇଁ ବାତିଲ୍ ହେବ ଡ୍ରାଇଭିଂ ଲାଇସେନ୍ସ(ଡିଏଲ)। ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ବାତିଲ କରାଯିବ। ସେହିପରି ମୋବାଇଲ୍‌ରେ ଗପି ଗାଡ଼ି ଚଳାଇଲେ, ମଦ କିମ୍ବା ଡ୍ରଗ୍ସ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଇଲେ ଡିଏଲ୍ ବାତିଲ ହେବ ବୋଲି ଗାଡ଼ି ଚାଳକଙ୍କ ପାଇଁ କଟକଣା ଜାରି କରିଛନ୍ତି ପରିବହନ କମିଶନର।   ଦ୍ରୁତ ଗତି ଓ ମଦ ପିଇ ଗାଡ଼ି ଚଳାଇଲେ ଡିଏଲ ବାତିଲ କରାଯିବ । ସେହିପରି ଟ୍ରାଫିକ ରେଡ଼ ସିଗନାଲ ନମାନିଲେ ଓ ଗାଡ଼ି ଚଲାଇଲା ବେଳେ ମୋବାଇଲରେ ଗପିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ସହ ଜୋରିମାନା ଆଦାୟ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!