Odian News
47

ବଲାଙ୍ଗୀରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ବୋର୍ଡ

ସର୍ବସମ୍ମତି କ୍ରମେସଭାପତି ଦାଇତ୍ୱ ଗ୍ରହଣ କଲେ ବଳରାମ ମିଶ୍ର ।

ବଲାଙ୍ଗୀର ,(୧୯/୦୬) – ବଲାଙ୍ଗୀରରେ ଗଠିତ ହେଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ବଲାଙ୍ଗୀର ଜିଲ୍ଲା ବୋର୍ଡ। ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ବଲାଙ୍ଗୀର ଜିଲ୍ଲା ବୋର୍ଡର ସଭାପତି ଭାବେ ରାଜ୍ୟ ବୋର୍ଡ ଏବଂ ବଲାଙ୍ଗିରି ଜିଲ୍ଲା କର୍ମୀମାନେ ମିଳିତ ଭାବେ ସାମ୍ବାଦିକ ବଳରାମ ମିଶ୍ରଙ୍କୁ ସଭାପତି ଭାବେ ଦାୟୀତ୍ବ ଦିଆଯାଇଛି। ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ରାଜ୍ୟ ବୋର୍ଡ ସଭାପତି ମୀନକେତନ ପଟ୍ଟନାୟକଙ୍କ ନେତ୍ରୁତ୍ବରେ ଆଜି ବଲାଙ୍ଗୀର ଗସ୍ତରେ ଆସିଥିବା ଟିମ୍ ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ବଳରାମ ମିଶ୍ରଙ୍କୁ ବିଧିବଦ୍ଧ ଭାବେ ଦାୟୀତ୍ବ ଅର୍ପଣ କରିଛନ୍ତି। ଏହି ଅବସରରେ ବଲାଙ୍ଗୀର ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ ଏସଡିପିଓ ତୋଫାନ ବାଗଙ୍କ ସହ ବିଭିନ୍ନ ବିଷୟ ସଂପର୍କରେ ଆଲୋଚନା କରିଛନ୍ତି କରିଛନ୍ତି ରାଜ୍ୟ ସଭାପତି ଙ୍କ ସହିତ ସମସ୍ତ ପଦାଧିକାରୀ। ବଲାଙ୍ଗୀର ଜିଲ୍ଲାବାସୀଙ୍କ ମାନବାଧିକାର ରଖ୍ୟା ପାଇଁ ଜିଲ୍ଲା ଆରଖି ଅଧିଖ୍ୟକଙ୍କ କାର୍ଯ୍ୟାଳୟ ପରିସରରେ ଏକ କାଉନସେଲିଂ ରୁମ୍ ଯୋଗାଇ ଦେବାକୁ ରାଜ୍ୟ ବୋର୍ଡ ସଭାପତି ମୀନକେତନ ପଟ୍ଟନାୟକ ଏସଡିପିଓଙ୍କ ଜରିଆରେ ଏସପି ଙ୍କୁ ଅନୁରୋଧ କରିଛନ୍ତି। ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ରାଜ୍ୟ ବୋର୍ଡ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ରାଜ୍ୟ ଉପ- ସଭାପତି ରୁଦ୍ରମୋହନ ସାହୁ, ସାଧାରଣ ସଂପାଦକ ପ୍ରବୀଣ କୁମାର ଷେଣ୍ଢ , ନର୍ଥ ଡିଭିଜନ୍ ବୋର୍ଡ ସଭାପତି ଦିନେଶ କୁମାର ତ୍ରିପାଠୀ ପ୍ରମୁଖ ଏହି ଟିମ୍ ରେ ସାମିଲ ଥିଲେ। ଜିଲ୍ଲାରେ ଖୁବଶୀଘ୍ର ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ବୋର୍ଡ କାର୍ଯ୍ୟାଳୟ ଆରମ୍ଭ କରାଯିବା ସହ ବୋର୍ଡ ପାଇଁ ଅନ୍ୟ ପଦ ପଦବୀରେ ଦାୟୀତ୍ବ ଅର୍ପଣ କରାଯିବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ବଲାଙ୍ଗିରି ବୋର୍ଡ ସାଧାରଣ ଲୋକଙ୍କ ସ୍ୱାର୍ଥପାଇଁ ଲଢେ଼ଇ ଜାରି ରଖିବା ନିଷ୍ପତ୍ତି ନେଇ ବୈଠକ ଭଙ୍ଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!