Odian News
247

ଆନ୍ତର୍ଜାତିକ ମାନବାଧିକାର ପରିଷଦ ର ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟିତ।

ଝାରସୁଗୁଡା, ୧୯/୬ :- ଆନ୍ତର୍ଜାତିକ ମାନବାଧିକାର ପରିଷଦର ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟ ଆଜ ତା୧୯/୬ ରିଖ ଅପରାହ୍ନ ସମୟରେ ଉଦ୍ଘାଟିତ ହେଇଯାଇଛି। ରାଜ୍ୟ ସଭାପତି ଶ୍ରୀ ମୀନକେତନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତକରି ଆଜି ଝାରସୁଗୁଡା ପହଁଚିଲା ପରେ ବୋର୍ଡର ସମସ୍ତ ମାନବାଧିକାର କର୍ମୀ ଏବଂ କର୍ମକର୍ତ୍ତା ଙ୍କୁ ନେଇ ରାଜ୍ୟ ଏବଂ ଜିଲ୍ଲାର ଏକ ମିଳିତ ଗୁରୁତ୍ୱପୂର୍ଣ୍ଣ ବୈଠକ ବସାଇଥିଲେ। ଏଠାରେ ପ୍ରକାଶ କରୁକି ଝାରସୁଗୁଡ଼ା ଜିଲ୍ଲା ଶିଳ୍ପ ପ୍ରବଣ ଅଞ୍ଚଳ ହେଇଥିବାରୁ ସମୟ ସମୟରେ ଶ୍ରମିକମାନେ ବିଭିନ୍ନ କ୍ଷେତ୍ରରେ ମାଲିକ ମାନଙ୍କ ଠାରୁ ନିର୍ଯ୍ୟାତନା ର ଶିକାର ହେଉଥିବା ଅଭିଯୋଗ ହେଉଛି।ଏସବୁକୁ ଦୃଷ୍ଟିକୁ ନେଲେ ଝାରସୁଗୁଡ଼ା ଜିଲ୍ଲା ପାଇଁ ମାନବାଧିକାର ପରିଷଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ଏସବୁର ଗୁରୁତ୍ୱ ଉପଲବ୍ଧିକରି ଝାରସୁଗୁଡା ଜିଲ୍ଲାକୁ ପ୍ରାଧାନ୍ୟ ଦେଉଥିବା ଦେଖାଯାଇଛି। ସେଇ ପରିପେକ୍ଷିରେ ଆଜି ଝାରସୁଗୁଡା ଜିଲ୍ଲାରେ ଗୋଟିଏ ସବୁଦିନିଆ କାର୍ଯ୍ୟାଳୟ ଜିଲ୍ଲା ସଭାପତି ଦିନେଶ ମାଫିଦାର ଏବଂ ଜିଲ୍ଲା ସମ୍ପାଦକ ବ୍ରିଜେଶ ପଟେଲଙ୍କ ଉଦ୍ୟମରେ, ସମସ୍ତ ମାନବାଧିକାର କର୍ମୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!