38

ଆନ୍ତର୍ଜାତିକ ମାନବାଧିକାର ପରିଷଦରେ ସମ୍ବଲପୁର ଜିଲ୍ଲା ସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ

ସମ୍ବଲପୁର ,୧୯/୬ :- ସମ୍ବଲପୁର ଜିଲ୍ଲା ସଦର ମହକୁମାଠାରେ ଆନ୍ତର୍ଜାତିକ ମାନବାଧିକାର ପରିଷଦର ସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ ହେଇଯାଇଛି। ଆଜି ଅପରାହ୍ନରେ ପରିଷଦର ରାଜ୍ୟ ସଭାପତି ଶ୍ରୀ ମୀନକେତନ ପଟ୍ଟନାୟକ ବରଗଡ଼ ଜିଲ୍ଲାର କାର୍ଯ୍ୟକ୍ରମ ସାରି ସମ୍ବଲପୁର ଠାରେ ପହଞ୍ଚି ସମ୍ବଲପୁର ଜିଲ୍ଲା ବୋର୍ଡ ର କର୍ମୀ ଏବଂ ପଦାଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ପରେ ପରେ ସନ୍ଧ୍ୟା ସମୟରେ ଜିଲ୍ଲାର ସଦର ମହକୁମାଠାରେ ପୂର୍ବରୁ ପ୍ରସ୍ତୁତ ହେଇଥିବା କାର୍ଯ୍ୟାଳୟ କୁ ଉଦ୍ଘାଟନ କରିଥିଲେ। ଏଠାରେ ସୁଚେଇଦେବାକୁ ଚାହୁଁ ରାଜ୍ୟ ସଭାପତି ଶ୍ରୀ ମୀନକେତନ ପଟ୍ଟନାୟକ ପରିଷଦକୁ ଚଳ ଚଞ୍ଚଳ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବା ସହିତ ଜିଲ୍ଲା ବୋର୍ଡକୁ ସମସ୍ତ ପ୍ରକାର ନୈତିକ ସହଯୋଗ ଯୋଗାଇବାକୁ ହେଳା କରୁନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!