66

ଦିଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କ ପରଲୋକ

ମୁମ୍ବଇ,୨୧/୮ : ପ୍ରଖ୍ୟାତ ଅଭିନେତା ଦିଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ। ଅସଲମ ଖାନଙ୍କୁ ମୁମ୍ବଇର ଲୀଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଅତ୍ୟନ୍ତ ଚକିତ ହୋଇଯାଇଛନ୍ତି। ଅସଲମ ଖାନ ଦିଲୀପ କୁମାରଙ୍କ ସାନ ଭାଇ ଥିଲେ। ସେ ଆଜି ସକାଳେ ମୁମ୍ବଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଖାନା ଦ୍ବାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, ତାଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ ରୋଗ ରହିଥିଲା। ତାଙ୍କର କୋଭିଡ୍-୧୯ ଟେଷ୍ଟ ମଧ୍ୟ ପଜିଟିଭ ଆସିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!