101

ଜାତୀୟ ନିଯୁକ୍ତି ଏଜେନ୍ସୀ କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ ୨୧/୮:  ଯୋଗ୍ୟତା ପରୀକ୍ଷା ଆୟୋଜିତ କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସୀ (ଏନଆରଏ)କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଥିଲେ ଯେ, ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବା ସହ ଏହା ଦୁର୍ନୀତିମୁକ୍ତ ହେବ ।  ସେ କହିଥିଲେ ଯେ, ଜାତୀୟ ନିଯୁକ୍ତି ଏଜେନ୍ସୀ କୋଟି କୋଟି ଯୁବଗୋଷ୍ଠୀଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରିବ । ଏହାଦ୍ବାରା ଅଲଗା ଅଲଗା ପରୀକ୍ଷାରୁ ମୁକ୍ତି ମିଳିବ । ଏହାଦ୍ବାରା ସମୟ ମଧ୍ୟ ସଞ୍ଚୟ ହେବ । ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବ । କ୍ୟାବିନେଟ୍‌ ନିଷ୍ପତ୍ତି ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଥିଲେ ଚାକିରି ପାଇଁ ପ୍ରାର୍ଥୀଙ୍କୁ ଏକରୁ ଅଧିକଥର ପରୀକ୍ଷା ଦେବାକୁ ପଡିଥାଏ । ଦେଶରେ ପ୍ରାୟ ୨୦ ନିଯୁକ୍ତି ଏଜେନ୍ସି ରହିଛି । ଆଶାୟୀଙ୍କୁ ବିଭିନ୍ନ ଏଜେନ୍ସି ତରଫରୁ ଆୟୋଜିତ ପରୀକ୍ଷା ପାଇଁ ଅନେକ ସ୍ଥାନ ଯିବାକୁ ପଡିଥାଏ । ଏବେ ଜାତୀୟ ନିଯୁକ୍ତି ଏଜେନ୍ସୀ କମନ ଏଲିଜିବିଲିଟି ଟେଷ୍ଟ (ସିଇଟି)ର ସ୍ଥାନ ନେବ । ଏଥିରେ କୋଟି କୋଟି ଯୁବଗୋଷ୍ଠୀ ଲାଭବାନ ହେବେ । ସେମାନଙ୍କୁ ଏବେ କେବଳ ଏନଆରଏ ଦ୍ଵାରା ହେବାକୁ ଥିବା ପରୀକ୍ଷା ଦେବାକୁ ପଡିବ । ଯାହା ସିଇଟି ଜରିଆରେ ଆୟୋଜିତ ହେବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!