52

ସୁପରହିରୋ ଅବତାରରେ ପୁଣି ନଜର ଆସିବେ ହ୍ରିତିକ୍, କ୍ରିଷ୍-୪ କୁ ନେଇ ଦେଲେ ହିଣ୍ଟ୍

ହ୍ରିତିକ ରୋଶନ ତାଙ୍କ ବ୍ଲକବଷ୍ଟର ସୁପରହିଟ୍ ଫିଲ୍ମ କ୍ରିଷର ୨୩ ତମ ବାର୍ଷିକୀକୁ ୨୩ ଜୁନ୍ ରେ ପାଳନ କରିଥିଲେ ଏବଂ ସେହି ସମୟରେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ କହି କ୍ୟାପସନରେ ଲେଖିଥିଲେ, ‘ଅତୀତରେ ଯାହା ହେବାକୁ ଥିଲା, ତାହା ହୋଇଗଲା। ଭବିଷ୍ୟତ କଣ ଆଣିବ ତାହା ଦେଖିବା ।‘ ୧୩ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ହ୍ରିତିକ୍ ରୋଶନ୍ ପୁଣି ଏକ ସୁପରହିରୋ ଅବତାରରେ ନଜର ଆସିଛନ୍ତି । ଏହା ସହିତ ସେ କ୍ରିଷ୍ -୪ ଏବଂ ଏହାର ନୂଆ ମାସ୍କର ଝଲକ ମଧ୍ୟ ଦେଖାଇଛନ୍ତି ।

୨୦୧୯ ମସିହାରେ ହ୍ରିତିକ ରୋଶନ ପିଟିଆଇ ସହ ବାର୍ତ୍ତାଳାପରେ କହିଥିଲେ ଯେ ଫିଲ୍ମ ‘ୱାର’ ପରେ ସେ କ୍ରିଷ୍ -୪ ପାଇଁ ସୁଟିଂ ଆରମ୍ଭ କରିବେ। ତେବେ ତାଙ୍କ ବାପା ତଥା ନିର୍ଦ୍ଦେଶକ ରାକେଶ ରୋଶନ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବାରୁ ଏହା ହୋଇପାରି ନଥିଲା ଏବଂ ଏହି କାରଣରୁ ଉଭୟ ପ୍ରୋଜେକ୍ଟରେ ଆଗକୁ ବଢି ପାରିନଥିଲେ। ଯଦିଓ ବର୍ତ୍ତମାନ ରାକେଶ ରୋଶନ ଭଲ ଅଛନ୍ତି ଏବଂ ହ୍ରିତିକଙ୍କ ଏହି ସୂଚନାରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଶୀଘ୍ର ଏହି କାମକୁ ଫେରିବେ।

ପ୍ରଥମ ଥର ପାଇଁ ହ୍ରିତିକ ଫିଲ୍ମ ‘କ୍ରିଷ୍’ରେ ସୁପରହିରୋ ଅବତାରରେ ନଜର ଆସିଥିଲେ। ଏହି ଫିଲ୍ମଟି ୨୩ ଜୁନ୍ ୨୦୦୬ ରେ ରିଲିଜ୍ ହୋଇଥିଲା। ଏହା ହ୍ରିତିକଙ୍କ ପ୍ରଥମ ସାଉନ୍ସ ଫିକ୍ସନ୍ ଫିଲ୍ମ ‘କୋଇ ମିଲ୍ ଗୟା’ର ସିକ୍ୱେଲ୍ ଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାକେଶ ରୋଶନ। ହ୍ରିତିକଙ୍କ ସହ ପ୍ରିୟଙ୍କା ଚୋପ୍ରା, ରେଖା, ନାସିରୁଦ୍ଦିନ ଶାହା ମୁଖ୍ୟ ଭୂମିକାରେ ଥିଲେ। ୨୦୧୩ ରେ, କ୍ରିଷ୍ ୩ ହ୍ରିତିକଙ୍କ ସହ କଙ୍ଗନା, ପ୍ରିୟଙ୍କା ଚୋପ୍ରା ଏବଂ ବିବେକଙ୍କୁ ଦେଖିବାକୁ ମିଳିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!