Odian News
58

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ

ବଲାଙ୍ଗୀର ୮।୭: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ । ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।ଗଣପତିଙ୍କ ବଲାଙ୍ଗୀର ପେଲେସଲାଇନ୍ ବାସଭବନ ସମେତ ଏକକାଳୀନ ଚାରୋଟି ସ୍ଥାନରେ ଚଢାଉ । ବର୍ତ୍ତମାନ ସୁଦ୍ଧା ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ଜମା ସହ ଚାରୋଟି ମୂଲ୍ୟବାନ କୋଠା ଠାବ ହୋଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛି । ବଲାଙ୍ଗିର ସହରର ଚାରୋଟି ସ୍ଥାନରେ ଥିବା କୋଠା ଉପରେ ଭିଜିଲାନ୍ସ ଚଢାଉ କରିବା ସହ ଗଣପତି ପୁରୋହିତଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ଆକଳନ କରୁଛି ।ବଲାଙ୍ଗିର ସହରର ଇଚ୍ଛାପଡା, ପେଲେସ ଲାଇନ୍ ଓ ରାଜେନ୍ଦ୍ର ପଡାରେ ଗଣପତି ପୁରୋହିତଙ୍କ ରହିଛି ବଡ ବଡ ଦୁଇ ମହଲା କୋଠା ରହିଛି । ଗଣପତି ପୁରୋହିତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ 2009 ମସିହାରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ସେ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି । ଏସବୁ ସତ୍ତ୍ବେ ଗଣପତି ବାବୁଙ୍କ କହିବା କଥା ହେଲା ତାଙ୍କ ପରିବାରର ସମସ୍ତେ ଚାକିରିଆ, ରୋଜଗାର ରହିଛି ଏବଂ ପରିବାରର ଆୟକୁ ସେ ସୁରକ୍ଷିତ ସ୍ଥାନରେ ନିବେଶ କରିଛନ୍ତି ଏଥିରେ ତାଙ୍କର କିଛି ଭୁଲ୍ ନାହିଁ । ଅପର ପାର୍ଶ୍ବରେ ଭିଜିଲାନ୍ସ କୋଠା ବାଡିର ମାପଜୁପ ପରେ ବହୁ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି । ସେଗୁଡିକ ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କ ଡିପୋଜିଟ୍ ସମ୍ପର୍କରେ ଜଣା ପଡିବ । ଠିକ୍ ସେହିପରି ଗଣପତି ପୁରୋହିତଙ୍କ ସ୍ତ୍ରୀ ଜଣେ ସରକାରୀ ପ୍ରାଥମିକ ଶିକ୍ଷୟତ୍ରୀ ଥିବାରୁ ତାଙ୍କ ସ୍କୁଲରେ ମଧ୍ୟ ଭିଜିଲାନ୍ସ ପହଞ୍ଚି ତଦନ୍ତ କରୁଥିବା ବଲାଙ୍ଗିର ଭିଜିଲାନ୍ସ ଡି.ଏସ୍.ପି ସଦାନନ୍ଦ ପାଣି କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!