37

କୁଶପଡା ପଞ୍ଚାୟତ ପ୍ରିମିୟମ୍ ଲିଗ୍ ଉଦଯାପିତ:ବାଙ୍ଗାଲୋର ଟିମ୍ ଚାମ୍ପିଅନ୍

ବ୍ରହ୍ମପୁର-୧୧/୦୭(ମନୋଜ କୁମାର ପାତ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପନାଡ ହାଇସ୍କୁଲ ଖେଳପଡିଆ ଠାରେ ଦୀର୍ଘଦିନ ଧରି ଆୟୋଜିତ ହୋଇଥିବା କୁଶପଡା ପଞ୍ଚାୟତ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି।ଆଇପିଏଲ ମହାସମର ଭଳି ଏହି ଟୁର୍ଣ୍ଣାମେଣ୍ଟରେ ପଞ୍ଚାୟତର ବଛାବଛା ଖେଳାଳୀମାନଙ୍କୁ ନେଇ ଦଳର ନାମକରଣ ହୋଇଥିବା ବେଳେ ଆଜି ବାଙ୍ଗାଲୋର ଟିମ୍ ଚାମ୍ପିଅନ୍ ହୋଇଛି। ଆଜିକାର ଶେଷ ତଥା ଫାଇନାଲ ମ୍ୟାଚରେ ବାଙ୍ଗାଲୋର ଟିମ୍ ଓ ଚେନ୍ନାଇ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିତି ବାଙ୍ଗାଲୋର ପ୍ରଥମ ଟିମ୍ ବ୍ୟାଟିଂ କରି ୧୦ ଓଭରରେ ୪ ୱିକେଟ ହରାଇ ୧୨୧ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।ଏହାର ଜବାବରେ ଚେନ୍ନାଇ ଟିମ୍ ସଂଘର୍ଷ କରି ୯୬ ରନ କରି ୨୫ ରନ ବ୍ୟବଧାନରେ ପରାସ୍ତ ହୋଇଥିଲା।ଆଜିର ଏହି ଉଦଯାପନୀ ଦିବସରେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।ସେହିପରି ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ୍.ଗାନ୍ଧୀ ଦୋରା,ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ସୁନୀଲ କୁମାର ଗୌଡ଼,ନାଏବ ସରପଞ୍ଚ ଆର୍.ଦେବହରୀ ଦୋରା,ବିଜେଡି ଯୁବନେତା ଜି.ସନ୍ତୋଷ ଦୋରା,ପିଙ୍କୁ ପ୍ରଧାନ,ବିପ୍ଳବ ପାତ୍ର,ରାଜେଶ ନାୟକ,ରାଜୁ ପାତ୍ର,ସିଲୁ ଗୈାଡ,ଅନୀଲ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରେଡି କୁଶପଡା ପଞ୍ଚାୟତରେ ପ୍ରଥମ ଥର ପାଇଁ ଏଭଳି ଖେଳ ଆୟୋଜନ ହୋଇଥିବା ଯୋଗୁଁ ପଞ୍ଚାୟତର ଯୁବଗୋଷ୍ଠୀଙ୍କୁ ସାଧୁବାଦ ଜଣାଇଥିଲେ।ଏଥିସହ ଉଭୟ ଦଳର କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳରେ ରହୁଥିବା ଯୁବ କ୍ରୀଡାବିତଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଜାଇ ରଖିପାରିଲେ ଭବିଷ୍ୟତରେ ଜଣେ ଉତ୍ତମ ଖେଳାଳି ଭାବେ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ନାମ ରୋଶନ କରିପାରିବ ବୋଲି କହିଥିଲେ।ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା।ଯୁବ ବିଜେଡ଼ି ନେତା ବାଲାଜୀ ରେଡ୍ଡୀଙ୍କ ସଂଯୋଜନାରେ ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୧୭ ଦିନ ଧରି ଆୟୋଜିତ ହୋଇଥିଲା।ଏଥିରେ ଧିରେନ୍ ରଣା,ଅକ୍ଷୟ ସାାହୁ,ଆଲୋକ ରଣା,ନାରାୟଣ ଜେନା,ଦେବାନନ୍ଦ ରେଡ୍ଡୀ ପ୍ରମୁଖ ବ୍ୟକ୍ତି ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!