34

ଚେସ୍‌ ବିଶ୍ୱକପ୍‌-୨୦୨୧: ଚେସ୍‌ କୁଇନ୍‌ ପଦ୍ମିନୀ ରାଉତଙ୍କ ବିଜୟ ଧାରା ଜାରି ରହିଛି

ଭୁବନେଶ୍ୱର,୧୪/୦୭: ଓଡ଼ିଶାର ଇଣ୍ଟନ୍ୟାସନାଲ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ସୋଚିରେ ଚାଲିଥିବା ମହିଳା ଚେସ୍‌ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ପ୍ରଥମ ଦିବସରେ ସୋମବାର ଦିନ ଆଜରବାଇଜାନର ମହିଳା ଗ୍ରାଣ୍ଡମାଷ୍ଟର ଫତାଲିଏଭା ଉଲଭିଆଙ୍କୁ ସେ ହରାଇଥିଲେ । ମଙ୍ଗଳବାର ପୁଣି ଦ୍ୱିତୀୟ ମୁକାବିଲାରେ ତାଙ୍କୁ ପରାଜିତ କରି ପଦ୍ମିନୀ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଦ୍ୱିତୀୟ ରାଉଣ୍ଡରେ ସେ ଇରାନର ଆଇଏମ୍‌ ସରାସଦତ ଖାଡେମାଲସାରହିଙ୍କୁ ଭେଟିବେ । ସେହିପରି ଭାରତର ଆର. ବୈଶାଳୀ, ହାରିକା ଡ୍ରୋନାଭାଲି ମଧ୍ୟ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!