44

ଚିରନିଦ୍ରାରେ‘ବାଳିକା ବଧୂ’ର ଦାଦୀ ସା, ଅଭିନେତ୍ରୀ ସୁରେଖା ସିକ୍ରୀ

ନୂଆଦିଲ୍ଲୀ,୧୬/୦୭: ଲୋକପ୍ରିୟ ସିରିଏଲ ‘ବାଳିକା ବଧୂ’ର ଅଭିନେତ୍ରୀ ସୁରେଖା ସିକ୍ରୀଙ୍କ ନିଧନ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଆଜି ସକାଳ ସେ ହୃଦଘାତରେ ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି । ‘ବାଳିକା ବଧୂ’ରେ ସୁରେଖା ଦାଦୀ ସା ଚରିତ୍ରରେ ଅଭିନୟ କରିଥିଲେ, ଯାହା ପାଇଁ ସେ ଦେଶର କୋଣ ଅନୁକୋଣରେ ପରିଚିତ ହୋଇପାରିଥିଲେ ।ଜାତୀୟ ଫିଲ୍ମ ପୁରସ୍କାର ବିଜେତା ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ଗତ ୨୦୧୮ମସିହାରେ ଦାଦୀ ସାଙ୍କୁ ପେରାଲାଇଟିକ ଷ୍ଟ୍ରୋକ ଆସିଥିବାବେଳେ ୨୦୨୦ରେ ଦ୍ୱିତୀୟ ଥର ପାଇଁ ବ୍ରେନ୍ ଷ୍ଟ୍ରୋକରେ ପୀଡ଼ିତ ହୋଇଥିଲେ । ସୁରେଖା ୩ ଥର ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ସମଗ୍ର ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସେ ଅନେକ ଥିଏଟର, ଫିଲ୍ମ ଓ ଟିଭି ପରଦାରେ କାର୍ଯ୍ୟ କରିଛନ୍ତି । ୧୯୭୮ରେ ପଲିଟିକାଲ ଡ୍ରାମା ଫିଲ୍ମ କିସା କୁର୍ସି କା ମାଧ୍ୟମରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ୧୯୮୮ରେ ତମସ, ୧୯୯୫ରେ ମମୋ ଓ ୨୦୧୮ରେ ବଧାଇ ହୋ ଫିଲ୍ମ ପାଇଁ ସେ ତିନି ଥର ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୧୯୪୫ ମସିହା ଏପ୍ରିଲ ୧୯ ତାରିଖରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ସୁରେଖା ୧୯୭୧ ମସିହାରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଗ୍ରାଜୁଏସନ ଶିକ୍ଷା ସମାପ୍ତ କରିଥିଲେ । ସେ ନିଜର ଦୀର୍ଘ ଅଭିନୟ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବହୁ ରାଜନେତା, ବଲିଉଡର ଅନେକ ଅଭିନେତା ଗଭୀର ଦୁଃଖପ୍ରକାଶ କରିଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!