12

ଉତ୍ତରକାଶୀରେ ବାଦଲ ଫଟା ବର୍ଷା ରେ ୩ ମୃତ ୪ ନିଖୋଜ

ଡେରାଡୁନ, ୧୯/୦୭ : ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ମାଣ୍ଡୋ ଗ୍ରାମରେ ରବିବାର ରାତିରେ ବାଦଲ ଫଟା ବର୍ଷା ବିତ୍ପାତ। ପ୍ରବଳ ବର୍ଷା କାରଣରୁ ଘର ଭୁଷୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଜଣେ ଶିଶୁ ସାମିଲ ରହିଛି। ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏନେଇ ଏସଡିଆରଏଫ୍ ଟିମ୍ ଇନଚାର୍ଜ ଜଗଦଙ୍ଗା ପ୍ରସାଦ ସୂଚନା ଦେଇଛନ୍ତି।ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା କାରଣରୁ ଅଚାନକ ଭାଗୀରଥୀ ନଦୀରେ ଜଳସ୍ତର ବୃଦ୍ଧି ଘଟିଥିଲା। ଫଳରେ ଉତ୍ତରକାଶୀ ସ୍ଥିତ ମାଣ୍ଡୋ, ନିରାକୋଟ, ପନୱାଡି ଏବଂ କଙ୍କରାଡି ଗ୍ରାମରେ ନଦୀ ପାଣି ପଶି ବହୁ ଘର ଭୁଷୁଡ଼ି ଯାଇଛି। ଏହାଦ୍ଵାରା ଘର ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଧାର କାର୍ଯ୍ୟ ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଥାଏ। ଉତ୍ତରାଖଣ୍ଡର କିଛି ଜିଲ୍ଲାରେ ଗତକାଲି ବାଦଲ ଫଟା ବର୍ଷା ଯୋଗୁଁ ବହୁ ଦୁର୍ଘଟଣା ଘଟିଛି। ଫଳରେ ଉତ୍ତରାଖଣ୍ଡକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ନଦୀ ନିକଟକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସୂଚନା ଥାଉକି, ରାଜ୍ୟରେ ପ୍ରବଳ ବର୍ଷା ହେତୁ ଅଧିକାଂଶ ନଦୀ ଜଳସ୍ତର ବଢିଛି । ଗଙ୍ଗା, ଯମୁନା, ଭାଗୀରଥୀ, ଆଲାକାନନ୍ଦ, ମାଣ୍ଡାକିନି, ପିନ୍ଦର, ନନ୍ଦକିନି, ଟନ୍, ସାରୁ, ଗୋରି, କାଳୀ, ରାମଗଙ୍ଗା ଇତ୍ୟାଦି ନଦୀଗୁଡ଼ିକ ବିପଦ ସଂକେତରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!