41

ତତ୍କାଳ ସ୍ଥିତି ନୀରିକ୍ଷଣ କରି ପିଲାମାନଙ୍କ ପାଇଁ ସ୍କୁଲ ଖୋଲାଯାଉ-ଏମ୍ସର ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨୦/୦୭ : ସାରା ଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢା। ଦେଶରେ ଏବେ କରୋନାର ଦ୍ଵିତୀୟ ଲହରୀ ଦୁର୍ବଳ ହୋଇଥିବା ବେଳେ ଆରମ୍ଭ ହୋଇଗଲାଣି ତୃତୀୟ ଲହରୀ। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ତୃତୀୟ ଲହରୀ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେବେ ଏହାରି ମଧ୍ୟରେ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କରୋନାର ତୃତୀୟ ଲହରୀ ମଧ୍ୟରେ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରି ସ୍କୁଲ ଖୋଲିବା ପାଇଁ ଦାବି କରିଛନ୍ତି।

ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, ସବୁ ରାଜ୍ୟ ଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଖାସ୍ ରଣନୀତି ପ୍ରସ୍ତୁତ କରି ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେବା ଉଚିତ୍। ଦେଶର ବହୁ ରାଜ୍ୟ ଗୁଡ଼ିକରେ ଗତ ବର୍ଷ ମାର୍ଚ୍ଚ ପହିଲାରେ ଲକଡାଉନ ଲାଗୁ ହେବା କାରଣରୁ ସ୍କୁଲ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ପିଲାମାନଙ୍କର ଶିକ୍ଷା ଉପରେ ଏହା ଖୁବ୍ ପ୍ରଭାବ ପକାଇଛି। ତେଣୁ ଖୁବ୍‌ଶୀଘ୍ର ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେବା ଉଚିତ୍। ଯେଉଁ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ କମ୍ ରହିଛି ସେହି ଜିଲ୍ଲା ଗୁଡ଼ିକରେ ସ୍କୁଲ କଲେଜ ଖୋଲିବାକୁ ସରକାର ଅନୁମତି ଦେବା ଉଚିତ୍।

ଏମ୍ସ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଦେଶରେ ଖୁବ୍ କମ୍ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ବହୁ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ଏପରିକି ବହୁ ପିଲାଙ୍କ ଶରୀରରେ କରୋନା ବିରୋଧରେ ଲଢେଇ କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇସାରିଲାଣି। ତେଣୁ ତତ୍କାଳ ସ୍ଥିତି ନୀରିକ୍ଷଣ କରି ପିଲାମାନଙ୍କ ପାଇଁ ସ୍କୁଲ ଖୋଲାଯାଉ। ମାସ୍କ ଓ ସାମାଜିକ ଦୂରତା ରକ୍ଷାକରି ସ୍କୁଲ ଖୋଲାଯାଇ ପାରିବ। ତେବେ ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କୁ କରୋନା ଟିକା ଦିଆଯାଇପାରେ ବୋଲି ଡକ୍ଟର ଗୁଲେରିଆ କହିଛନ୍ତି।

ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଏବେ ସାରା ଦେଶରେ ପିଲାମାନଙ୍କୁ ଭର୍ଚୁଆଲ୍ କ୍ଲାସ୍ ମାଧ୍ୟମରେ ପାଠ ପଢାଯାଉଛି। କେନ୍ଦ୍ର ସରକାର ଧୀରେଧୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରି କଟକଣା ମଧ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ବହୁ ରାଜ୍ୟରେ ଛାତ୍ରମାନେ ଅଧିକ ସଂକ୍ରମିତ ହେବାରୁ ଏବେ ସ୍କୁଲ ଖୋଲିବାକୁ ସରକାର ଦ୍ଵନ୍ଦରେ ଅଛନ୍ତି।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!