31

ଛେରା ପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ମହାରାଜା

ପୁରୀ୨୦/୭: ଚଳିତ ବର୍ଷ ରଥଯାତ୍ରାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଛେରା ପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା। ୧୯୭୧ ମସିହାରୁ ଗଜପତି ମହାରାଜା ଛେରା ପହଁରା କରି ଆସୁଛନ୍ତି। ପିତାଙ୍କ ଦେହାନ୍ତ ପରଠାରୁ ଗଜପତି ମହାରାଜା ଛେରା ପହଁରା କରି ଆସୁଛନ୍ତି।  କେବଳ ୧୯୭୬ରେ ଗଜପତି ମହାରାଜା ଛେରାପହଁରା କରି ପାରିନଥିଲେ। ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରା ପହଁରା କରିପାରିନଥିଲେ। ସୂଚନାଯୋଗ୍ୟ, ଗଜପତି ମହାରାଜାଙ୍କୁ ଏବେ ୬୮ ବର୍ଷ ବୟସ। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର। ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ତିନି ଠାକୁରଙ୍କ ପହଣ୍ଡି ବିଜ ନୀତିକାନ୍ତି।ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!