37

ଚୋରା ମଦ ବିକ୍ରି ପଡିଲା ମହଙ୍ଗା, ଗାଡି ଭଙ୍ଗାରୁଜା ସହ ୩ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୋଗରାଇ ୨୧।୭: ଚୋରା ମଦ ବିକ୍ରି ପଡିଲା ମହଙ୍ଗା । ଗାଡି ଭଙ୍ଗାରୁଜା ସହ ତିନି ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ କାନ୍ଥିଭଉଁରୀ ପଞ୍ଚାୟତରେ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଓଟ ଗାଡି ଦ୍ବାରା ଦୁଇ ଜଣ ଯୁବକ ପଶ୍ଚିମବଙ୍ଗ ମାର୍କା ଦେଶୀ ଓ ବିଦେଶୀ ମଦ କାନ୍ଥିଭଉଁରୀ ଗ୍ରାମର ଜନୈକ ଘରକୁ ମଦ ଦେବା ସମୟରେ ଗ୍ରାମର ମହିଳାମାନେ ଦୁଇ ଜଣଙ୍କୁ ମାଡ ମାରି ଏକ ଘରେ ବନ୍ଦ କରି ରଖିବା ସହିତ ଗାଡି ଭଙ୍ଗାରୁଜା କରିଥିଲେ ।ଏହାପରେ ଏକ ବୋଲେରୋ ସାହାଯ୍ୟରେ ଏନଜିଓର ପରିଚୟ ଦେଇ ଛଡାଇବାକୁ ଆସିଥିବା ଅନୀଲ ପ୍ରଧାନ ନାମଙ୍କ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ବୋଲେରୋକୁ ଭଙ୍ଗାରୁଜା କରିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା। ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!