32

ସେଲ୍‌ଫି ନେବା ହେଲା କାଳ, ନଦୀରେ ଯୁବକ ନିଖୋଜ

ଆନନ୍ଦପୁର ୨୨।୦୭ : ସେଲ୍‌ଫି ନେବା ବେଳେ ଅଘଟଣ । ନଦୀରେ ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀର ସାନାଖମ୍ବକୁ ନିକଟରେ ଘଟିଛି ଘଟଣା ।   ଖବର ଅନୁଯାୟୀ, ବୁଧବାର କରଞ୍ଜିଆର ଅଙ୍କିତ ପୋରିଓ୍ୱାଲ ପରିବାର ଲୋକଙ୍କ ସହ ସମ୍ପର୍କୀୟ ସାନଖମ୍ବ ବୁଲିବାକୁ ଆସିଥିଲେ l ସେଠାରେ ସେଲ୍‌ଫି ଫଟୋ ଉଠାଉଥିବା ବେଳେ ସମ୍ପର୍କୀୟ ସହିତ ପାଣିରେ ଖସିପଡ଼ିଥିଲେ l ସାଙ୍ଗମାନେ ଜଣଙ୍କ ଉଦ୍ଧାର କରିଥିବାବେଳେ ଶ୍ରୀରାମ ପାଣି ଭାସି ଯାଇଥିଲେ l ଶ୍ରୀରାମଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାଡିଛି l

ଶ୍ରୀରାମ ଝାଡ଼ଖଣ୍ଡ ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସିଥିଲେ । ସେଠାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସୁନାଖମ୍ବ ବୁଲିବାକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଛି । ଗତକାଲି ସଂଧ୍ୟା ସମୟରେ ବର୍ଷା ହେବାରୁ ନଦୀରେ ପାଣି ସ୍ରୋତ ବଢିଯାଇଥିଲା । ଯାହାଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!