52

ଶୋଇଥିବା ଅବସ୍ଥାରେ ମଶାରୀ ଉପରୁ କାମୁଡ଼ିଲା ନାଗ

ପିପିଲି୨୨/୭ : କମଳାସାଗାର ପାଟଣା ଗାଁରେ ଜଣେ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ନାଗ ସାପ ଦଂଶନ କରିଛି। ତାଙ୍କ ନାମ ରୁଷିଆ ବେହେରା (୫୫)। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସୂଚନା ଯୋଗ୍ୟ , ରୁଷିଆ ବେହେରା ଆଜି ସକାଳ ପ୍ରାୟ ୬ ଟା ବେଳେ ନିଜ ଘରେ ମଶାରୀ ଟାଣି ଶୋଇଥିବା ବେଳେ କଣ ଗୋଟେ କାମୁଡି ଦେବାରୁ ନିଦ ଭାଙ୍ଗିଗଲା । ଉଠି ଦେଖନ୍ତି ତ ମଶାରୀ ଉପରୁ ନିଜ ବାମ ପାଦ ଉପରକୁ ଏକ ସାପ କାମୁଡି ଧରିଛି । ପାଟି କରିବା ପରେ ଘର ଲୋକ ଉଠି ପଡି ଦେଖନ୍ତି ତ ଏକ ବଡ଼ ନାଗ ସାପ ଘର ଭିତରେ ଏପଟ ସେପଟ ହେଉଛି । ସାପଟି ଲୋକଙ୍କୁ ଦେଖି ଘରୁ ବାହାରି ଗଲା । ସେତିକି ବେଳେ ରୁଷିଆଙ୍କ ପୁଅ କାହ୍ନା ନାଗ ସାପର ଫୋଟୋ ନିଜ ମୋବାଇଲ ରେ ଉଠେଇଥିଲେ । ତା ପରେ ସାପଟି ବାରି ଆଡ଼କୁ ପଳାଇ ଗଲା ।ରୁଷିଆଙ୍କୁ ପ୍ରଥମେ ପିପିଲି ଡାକ୍ତର ଖାନା ଏବଂ ପରେ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଯାବତ ୧୦ ଭାଏଲ ଆଣ୍ଟି ଭେନମ କ୍ୟାପିଟାଲ ହସ୍ପିଟାଲରେ ରୁଷିଆଙ୍କୁ ଦିଆଯାଇଛି । ତାଙ୍କ ଚିକିତ୍ସା ଜାରି ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!