63

ଡିଏଫଓଙ୍କୁ ହେବ ପଚରାଉଚରା, ସୌମ୍ୟଙ୍କ ବାସଭବନରେ ଚାଲିଛି ଯାଞ୍ଚ୍

ଗଜପତି ୨୨।୦୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା । ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି । ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି । ଘଟଣାରେ ପୋଲିସ ତଦନ୍ତ କୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି । ଏହିପରିପ୍ରେକ୍ଷୀରେ ଆଜି ସୌମ୍ୟରଞ୍ଜନ ଘରେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ପହଞ୍ଚିଛି । ଏହା ସହ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରିବାର ସୂଚନା ମିଳିଛି ।  ବିଭିନ୍ନ ତଥ୍ୟକୁ ନେଇ ଛାନ୍‌ଭିନ୍‌ ଜାରି ରଖିଛି ତଦନ୍ତକାରୀ ଟିମ୍‌ ।

ଖବର ଅନୁଯାୟୀ, ଗୁରୁବାର ଦିନ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏସିଏଫଓ ସୌମ୍ୟରଞ୍ଜନ ସରକାରୀ ବାସଭବନରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିବ ତଦନ୍ତକାରୀ ଟିମ୍‌ । ସୌମ୍ୟଙ୍କ ମୃତ୍ୟୁ ନେଇ ତଦନ୍ତକାରୀ ଟିମ୍‌ ଆଗରେ ଅନେକ ଗୁଡିଏ ପ୍ରଶ୍ନ ରହିଛି । ଯାହାକୁ ନେଇ ଖୋଲତାଡ଼ ଜାରି ରଖିଛି ଟିମ୍‌ । ଏହା ହତ୍ୟା ନା ଅଘଟଣ । ଯଦି ଅଘଟଣ ଘଟିଛି, ତେବେ କିପରି ଓ କେମିତି ଘଟିଲା । ସେନେଇ ଛାନ୍‌ଭିନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ । ସେହିପରି ଯଦି ସୌମ୍ୟଙ୍କୁ ହତ୍ୟା କରାଯାଇଛି । ତେବେ ଏହି ହତ୍ୟା ପଛରେ କିଏ କିଏ ସାମିଲ ଅଛନ୍ତି । ଏହିପରି ଅନେକ ଅଡୁଆ ସୁତାର ଖିଅ ଖୋଜୁଛି ତଦନ୍ତକାରୀ ଟିମ୍ ।  ସେହିପରି ଅନ୍ୟପଟେ ଏହି ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । ସୌମ୍ୟଙ୍କ ପରିବାର ଲୋକଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ  ଡିଏଫ୍‌ଓଙ୍କ ନାଁ ଥିବାରୁ , ତାଙ୍କୁ  ପଚରାଉଚରା କରିବ ପୋଲିସ ।

ସୂଚନାଯୋଗ୍ୟ ଯେ, ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ପତ୍ନୀଙ୍କୁ ୨ ଥର ପଚରାଉଚରା କରିସାରିଛି ଗଜପତି ପୋଲିସ । ଏହି ଜେରା ସମୟରେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିଲା ସୂଚନା ମିଳିଛି । ସମୟ ଗଡିବା ସହ ଘଟଣାରେ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଆଗକୁ ଏହି ଘଟଣାରେ କଣ ନୂତନ ତଥ୍ୟ ସାମ୍ନାକୁ ଆସୁଛି । ତାହା ଦେଖିବାକୁ ବାକି ରହିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!