44

ଦୈନିକ ୧୦ ଲକ୍ଷ ରୋଜଗାର କରୁଥିଲେ ରାଜ କୁନ୍ଦ୍ରା: ହଟହିଟରେ ଜମା ହେଉଥିଲା ଟଙ୍କା

ମୁମ୍ବାଇ ୨୨/୦୭ : ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୋଲିସ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ବା ପର୍ଣ୍ଣ ଫିଲ୍ମ ତିଆରି କରିବା ଓ ଅନଲାଇନ ଆପ ଜରିଆରେ ପବ୍ଲିସ କରିବା ଅଭିଯୋଗରେ ଗିରଫ କରିଥିଲା । ରାଜ କୁନ୍ଦ୍ରା ଗିରଫ ହେବା ପରେ ଏହି ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଗଣମାଧ୍ୟମକୁ ଏପରି ଏକ ଡକ୍ୟୁମେଣ୍ଟ ମିଳିଛି, ଯେଉଁଥିରୁ ଜଣାପଡିଛି ଯେ ହଟହିଟ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରାଯାଇଥିଲା।ହଟହିଟରୁ ରାଜ କୁନ୍ଦ୍ରା ଓ ତାଙ୍କ କମ୍ପାନୀ ଦୈନିକ ଲକ୍ଷେରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏବଂ ଏହି ଟଙ୍କା ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଉଥିଲା। ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ମୋବାଇଲରୁ ମିଳିଥିବା ବ୍ୟାଙ୍କ ଡିଟେଲରୁ ଏହା ସ୍ପଷ୍ଟ ହୋଇଛି। ଏହି ମାମଲାରେ ୟସ୍ମିନ୍ ଖାନ୍ ଛଦ୍ମନାମ ରୋହ ଖାନ୍ (ନିର୍ମାତା ଏବଂ ନିର୍ଦ୍ଦେଶକ), ମୋନୁ ଶର୍ମା (ଫଟୋଗ୍ରାଫର), ଭାନୁ ଠାକୁର (ଅଭିନେତା), ଆତିଷ ଶେଖ (ଅଭିନେତା), ପ୍ରତୀଭା ନାଲୱାଡେ (କ୍ରିଏଟିଭ୍ ଡାଇରେକ୍ଟର) ଏବଂ ମଡେଲ ଗେହନା ବସିଷ୍ଟଙ୍କୁ ଗିରଫ କରାଯାଇଥିଲା।

ଅଭିଯୋଗ ହୋଇଛି ଯେ ଏହି ଅଭିଯୁକ୍ତମାନେ ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ କରୁଥିଲେ ଏବଂ ହଟହିଟ ଆପ୍ଲିକେସନରେ ଅପଲୋଡ୍ କରୁଥିଲେ। ସେହିଭଳି ରାଜ କୁନ୍ଦ୍ରାଙ୍କ ଟିମ ପର୍ଣ୍ଣ ଭିଡିଓ ମଧ୍ୟ ହଟଶଟରେ ଅପଲୋଡ୍ କରୁଥିଲେ।

ହଟହିଟର ବ୍ୟାଙ୍କ ଡିଟେଲ ଅନୁଯାୟୀ ସେହି ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କାରବାର ହୋଇଛି-
୨୦୨୦ ଡିସେମ୍ବର ୨୦ରେ ୩ ଲକ୍ଷ ଟଙ୍କା ଜମା ହୋଇଥିଲା
୨୦୨୦ ଡିସେମ୍ବର ୨୫ ରେ ୧ ଲକ୍ଷ
୨୦୨୦ ଡିସେମ୍ବର ୨୬ରେ ୧୦ ଲକ୍ଷ
୨୦୨୦ ଡିସେମ୍ବର ୨୮ରେ ୫୦ ହଜାର
୨୦୨୧ ଜାନୁଆରୀ ୩ରେ ୨ ଲକ୍ଷ ୫ ହଜାର
୨୦୨୧ ଜାନୁଆରୀ ୧୦ରେ ୩ ଲକ୍ଷ
୨୦୨୧ ଜାନୁଆରୀ ୧୩ରେ ୨ ଲକ୍ଷ
୨୦୨୧ ଜାନୁଆରୀ ୨୧ରେ ୧ ଲକ୍ଷ
୨୦୨୧ ଜାନୁଆରୀ ୨୩ରେ ୯୫ ହଜାର
୨୦୨୧ ଫେବୃଆରୀ ୩ରେ ୭୦ ହଜାର

ନୂଆ ରିପୋର୍ଟ ଅନୁଯାୟୀ, ରାଜ କୁନ୍ଦ୍ରା ବ୍ରିଟେନର ଏକ କମ୍ପାନୀ କେନ୍ରିନ୍ ପ୍ରାଇଭେଟ ଲିମିଟେଡ୍ କୁ ଆପ ବିକ୍ରି କରିଥିଲେ। ଯାହାର ମାଲିକାନା ତାଙ୍କ ଭଉଣୀ ଜ୍ୱାଇଁ ପ୍ରଦୀପ ବକ୍ସିଙ୍କ ପାଖରେ ଥିଲା। ରାଜ କିନ୍ତୁ ମୁମ୍ବାଇରୁ ଏହିସବୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲେ।

କ୍ରାଇମବ୍ରାଞ୍ଚ ଅନୁଯାୟୀ ରାଜ କୁନ୍ଦ୍ରା ଏହି ବ୍ୟବସାୟରେ ୧୦ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଏହା ଫେବୃଆରୀରେ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ଏହି ମାମଲା ସହ ଜଡିତ। କିନ୍ତୁ ସିଧାସଳଖ ଲିଙ୍କ ଅଭାବରୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିଲା ଏବଂ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!