59

ଜାହାଜ ବୁଡ଼ିଲା, ୪୫ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ ୨୩/୭: ତୁର୍କୀରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯାଇଥିବା ଖବର ମିଳିଛି । ଏଥିରେ ୪୫ ଜଣ ଥିଲେ। ସେମାନେ ସମସ୍ତେ ନିଖୋଜ ଅଛନ୍ତି । ତୁର୍କୀ ନୌସେନା ଏବଂ ଏୟାରକ୍ରାଫ୍ଟସ୍‌ ନିଖୋଜ ଲୋକମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିଛନ୍ତି ।ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜାହାଜରେ ଥିବା ସମସ୍ତ୍ର ଯାତ୍ରୀ ପ୍ରବାସୀ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଖବର ମିଳିଥିଲା ଏକ ଜାହାଜ ବୁଡ଼ିବାକୁ ଯାଉଛି । ଏହି ଦୁର୍ଘଟଣା ତୁର୍କୀର କାସ ସହରରୁ ୨୫୬ କିମି ଦୂର ଦକ୍ଷିଣପଶ୍ଚିମରେ ହୋଇଛି ।ଏନେଇ ଜଣାପଡ଼ିବା ପରେ ନୌସେନାର ଦୁଇଟି ଜାହାଜକୁ ସେଠାକୁ ପଠାଯାଇଛି । ଏହା ସହ ଏରୋପ୍ଲେନ ମଧ୍ୟ ମୁତୟନ କରାଯାଇଛି । ଖରାପ ପାଣିପାଗ ଯୋଗୁ ସର୍ଚ୍ଚ ଅପରେସନ୍‌ ସହଜ ହେଉନଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!