50

ହଟିଲା ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣା ,ଆଜି ମିଳିବ ନୀଳାଚଳ ଅବଢ଼ା

ପୁରୀ ,୨୪/୭: ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଲାଗିରହିଛି । ପତିତପାବନଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ଭକ୍ତ । ଏହା ସହ ତିନି ରଥରୁ ସାରଥୀ ଓ ଘୋଡା ଖୋଲାସରିଛି । ଆଜି ନୀଳାଚଳ ଅବଢ଼ା ପାଇଁ ଅବଢା ଯୋଗାଇବା ପାଇଁ ସୁବନ୍ଦୋବସ୍ତ କରାଯାଇଛି । କେବଳ ଉତ୍ତର ଦ୍ୱାରରେ ଟୋକନ ଜରିଆରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବେ ।ଯେହେତୁ ଏତେଦିନ ପରେ ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତ ହେଉଛି, ଏହି ଦୃଷ୍ଟିରୁ ଆଜି ସଅଳ ନୀଳାଚଳ ଅବଢ଼ା ବାହାରିବ ବୋଲି ଅନୁମାନ କରାଯାଉଛି। ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ। ଫଳରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତ ନିରାଶ ହୋଇ ଫେରିଥାନ୍ତି। ନୀଳାଚଳ ଅବଢ଼ାର ମହାତ୍ମ୍ୟ ଅଲଗା। ଯେହେତୁ ମହାପ୍ରଭୁ ୧୩ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେହି ଦୃଷ୍ଟିରୁ ୧୩ ଦିନ ପରେ ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ। ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଛପନ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!