64

ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର୍‌କୁ ଗୁଳି

ଭୁବନେଶ୍ୱର,୨୪/୭: ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର୍‌କୁ ଗୁଳି । ଏନ୍‌କାଉଣ୍ଟର କରିଛି ପୋଲିସ୍‌ । ସିମୁଳିଆ ନିକଟରେ ସେ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ତାକୁ ଗୁଳି କରିଛି । ପୋଲିସର ସୂଚନା ଅନୁଯାୟୀ ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌ ବସ୍‌ରୁ ଖସିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଜଣେ ସବ୍‌ଇନିସ୍‌ପେକ୍ଟର ତାଙ୍କୁ ଗୁଳି କରୁଥିଲେ । ଚୌଦ୍ୱାର ଜେଲ୍‌ରୁ ତାଙ୍କୁ ବାରିପଦା ଏକ୍ସକର୍ଟ କରାଯାଉଥିଲା । ତାଙ୍କୁ କଟକର ଏକ ପୋଲିସ୍‌ ସ୍ପେଶାଲ୍‌ ଟିମ୍‌ ଯାଇଥିଲେ । ସିମୁଳିଆ ନିକଟରେ ସେ ପରିଶ୍ରା କରିବାକୁ ଓହ୍ଲାଇ ବନ୍ଧୁକ ଛଡାଇବାକୁ ଉଦ୍ୟମ କରୁଥିବା ବେଳେ ତାକୁ ପୋଲିସ ଏନ୍‌କାଉଣ୍ଟର କରିଥିବା ସୂଚନା ମିଳିଛି । ତା ପେଟ ଓ ଗୋଡରେ ଗୁଳି ବାଜିଛି । ତାକୁ ଏବେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଉଥିବା ପୋଲିସ୍‌ କମିଶନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!