61

ଶିବାନନ୍ଦ ଆଶ୍ରମରେ ବ୍ୟାସ ପୂର୍ଣ୍ଣୀମା ପାଳିତ

କେନ୍ଦ୍ରାପଡ଼ା,୨୪ା୭ : ପବିତ୍ର ବ୍ୟାସ ପୂର୍ଣ୍ଣୀମା ଉପଲକ୍ଷେ ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମରେ ମହାପ୍ରଭୁ ଶ୍ରୀଶ୍ରୀ ଦିବ୍ୟେଶ୍ୱର ମନ୍ଦିରରେ ଶନିବାର ପ୍ରାତଃ ସମୟରେ ରୁଦ୍ରାଭିଷେକ ଏବଂ ଦିବ୍ୟ ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିରରେ ପୁଜାର୍ଚ୍ଚନା କରାଯାଇଥିଲା । ପୃଥିବୀ ପୃଷ୍ଠରୁ କରୋନା ମହାମାରୀର ଦୁରିକରଣ ନିମନ୍ତେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ତତ୍ୱାବଧାନରେ ସାମୁହିକ ପ୍ରାର୍ଥନା ଓ ସତସଙ୍ଗ କରାଯାଇଥିଲା । ସକାଳ ୯ଟାରେ ଶ୍ରୀ ଗୁରୁ ମଣ୍ଡପରେ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ଗୁରଦେବଙ୍କର ପାଦ ପୁଜା କରାଯାଇ ଗୁରୁ ତତ୍ୱ ଉପରେ ଆଲୋଚନା ଚକ୍ର ଶ୍ରୀମା ଦିବ୍ୟ ସ୍ୱରୁପାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ପରେ ବ୍ୟାସ ପୂର୍ଣ୍ଣୀମାର ବୈଶିଷ୍ଠ୍ୟ ଉପରେ ସ୍ୱାମୀ ରାମ ସରଣାନନ୍ଦ ସରସ୍ୱତୀ, ଆନନ୍ଦ ମାର୍ଗର ଅବଧୂତ ବିକାଶ ନନ୍ଦଜୀ ଅର୍ଶ୍ରିବଚନ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଶ୍ରୀଧର ରାଉତ, ମନୋରଞ୍ଜନ ତ୍ରିପାଠୀ, ଶରତ ଚନ୍ଦ୍ର ବରାଳ, ସୁଷମା ରାଉତ, ଶ୍ରୀଧର ମହାନ୍ତି, ଶୈଳଜା ଶଙ୍କର ସାମଲ ଓ ପ୍ରମିଳା ବରାଳ ପ୍ରମୁଖ ଅଇଶ ଗ୍ରହଣ କରିଥିଲେ । ଶ୍ରୀମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ରଚିତ ଭଜନ ଗୁଡିକୁ ସୁଶିଲ ସୁତାର ଓ ସୌଭାଗିନୀ ମହାପାତ୍ର ପରିବେଷଣ କରିଥିଲେ । କରୋନା କଟକଣାକୁ ଅନୁପାଳନ ପୂର୍ବକ ଅନୁଷ୍ଠିତ ଏହି ଉତ୍ସବ ପରିଚାଳନାରେ ବ୍ରହ୍ମଚାରୀ ନୃସିଂହ ନାଥ, ଧୋଇ ମଳିକ, ଶ୍ରୀବତ୍ସ ନାୟକ, ଦେବେନ୍ଦ୍ର ନାଥ ସାମନ୍ତ, ଆଶ୍ରମର ସାବିତ୍ରି ପାତ୍ର, ଶିବାନୀ, ସୀମା ବିଶ୍ୱାଳ, ଶରତ ଚନ୍ଦ୍ର ଜେନା, ରୁଦ୍ରାଣୀ ମହାପାତ୍ର, ବାବୁ ମଳିକ, ସୁଦର୍ଶନ ମହାନ୍ତି, ଅନନ୍ତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!