Odian News
64

ଆଜିଠୁଁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର,୧୦/୦୮ : ଆଜିଠୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱପ୍ରସିଦ୍ଧ ମା’ତାରିଣୀ ମନ୍ଦିର ।ରାଜ୍ୟ ର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁ  ମା ତାରିଣୀ ମନ୍ଦିର ଆଜି  ଖୋଲିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ ମତେ ସମସ୍ତ ଶ୍ରଦ୍ଧାଳୁ କରୋନା କଟକଣା ସ୍ୱରୂପ ମୁହଁରେ ତୁଣ୍ଡି  ପିନ୍ଧିବା ବଧ୍ୟାତାମୂଳକ କରାଯାଇଛି ।କଟକଣା ନିୟମ ଅନୁଯାୟୀ, କେବଳ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଦର୍ଶନ କରିପାରିବେ । ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେବାଦେବୀଙ୍କୁ ସମର୍ପଣ କରିପାରିବେ ନାହିଁ । ମାସ୍କ ପିନ୍ଧିବେ ଓ ଅତିକମ୍‌ରେ ୬ ଫୁଟ୍‌ ବ୍ୟବଧାନରେ ପ୍ରବେଶ କରିବେ । ଏକକାଳୀନ ୫ ଜଣରୁ ଅଧିକ ପ୍ରବେଶ କରିବେ ନାହିଁ । ଧର୍ମାନୁଷ୍ଠାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ବ୍ୟବସ୍ଥା ରହିବ । ଏହାସହିତ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ ପରିସରକୁ ସାନିଟାଇଜ୍‌ କରାଯିବ । ୬୫ ବର୍ଷରୁ ଉଦ୍ଧ୍ୱର୍ ଓ ୧୦ ବର୍ଷ ବୟସରୁ କମ୍‌ ଶିଶୁଙ୍କ ଦର୍ଶନ ପାଇଁ କଟକଣା କରାଯାଇଛି । ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନା କରା ଯାଇଛି । ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟକୁ ଭୋଗ ନଡ଼ିଆ, ଧୂପ, ଦୀପ ଆଦି ନେଇପାରିବେ ନାହିଁ ।ଏହା ଛଡା    ମନ୍ଦିରରେ ବିବାହ ଓ ବ୍ରତ ଆଦି ମଧ୍ୟ ବନ୍ଦ ରହିବ। ତେବେ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କର ଚୂଳ ପକାଇବା ପାଇଁ ପାଞ୍ଚ ନମ୍ୱର୍ ଗେଟ୍ ରେ ପ୍ରବେଶ କରି ପାରିବେ । ସକାଳ ସାଢେ଼ ୭ଟା ରୁ ମଧ୍ୟାହ୍ନ ୧୨ ଟା ଓ ଅପରାହ୍ନ ୪ଟା ରୁ ୭ଟା ଯାଏଁ ମନ୍ଦିର ଖୋଲା ରହିବ ବୋଲି ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!