Odian News
60

NMP ରେ ୪ ବର୍ଷରେ ମିଳିବ ୬ ଲକ୍ଷ କୋଟି; ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୨୩/୦୮ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି। ବିଭିନ୍ନ ଭିତ୍ତଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତା ୪ ବର୍ଷ ମଧ୍ୟରେ ନ୍ୟାସନାଲ ମନିଟାଇଜେସନ ପ୍ଲାନ୍(NMP) ଜରିଆରେ ଆସନ୍ତା ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ରେଳ, ସଡ଼କ ଏବଂ ଶକ୍ତି କ୍ଷେତ୍ରରେ ଏହି ଅର୍ଥ ନିବେଶ କରାଯିବ ବୋଲି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି। ବିଭିନ୍ନ ଭିତ୍ତଭୂମି କ୍ଷେତ୍ରକୁ ପ୍ରକଳ୍ପ ଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ଆସନ୍ତା ୪ ବର୍ଷ ମଧ୍ୟରେ ଏହି ନିବେଶ କରାଯିବ ବୋଲି କାନ୍ତ ସୂଚନା ଦେଇଛନ୍ତି। ଚଳିତ ବଜେଟରେ ନିର୍ମଳା ସୀତାରମଣ ସରକାର ଅର୍ଥ ଆୟର ବିକଳ୍ପ ବ୍ୟବସ୍ଥା ସନ୍ଧାନ ଲକ୍ଷ୍ୟ ରଖିଥିବା ନେଇ ସୂଚନା ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ଅବିକଶିତ ଅବସ୍ଥାରେ ରହିଥିବା ବିଭାଗ ଗୁଡ଼ିକର ଉନ୍ନତିକରଣ ପାଇଁ ସରକାର ବଦ୍ଧପରିକର ବୋଲି କାନ୍ତ କହିଛନ୍ତି। ଯେଉଁ କ୍ଷେତ୍ରରେ ନିବେଶ ହୋଇ ସାରିଛି ମାତ୍ର ବିକଶିତ ହୋଇ ନାହିଁ ଘରୋଇ କମ୍ପାନୀ ସହଯୋଗରେ ତାକୁ NMP ଜରିଆରେ ବିକଶିତ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଘରୋଇକରଣ ପ୍ରକ୍ରିୟା ଦ୍ଵାରା ଯେଉଁ ଅର୍ଥ ଆସିବ ତାହାକୁ ଭିତ୍ତଭୂମିର ବିକାଶରେ ବିନିଯୋଗ କରାଯିବ। ଏହା ସହିତ ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି ଅଭିଯୋଗକୁ ମଧ୍ଯ ଅର୍ଥମନ୍ତ୍ରୀ ଖଣ୍ଡନ କରିଛନ୍ତି। NMP ଜରିଆରେ ଘରୋଇକଣ ପ୍ରକ୍ରିୟା ଜରିଆରେ ସରକାର ଅର୍ଥ ସଂଗ୍ରହ କରିବେ। ତେବେ ସମସ୍ତ ସରକାରୀ କମ୍ପାନୀର ମାଲିକ ସରକାର ହିଁ ରହିବେ ବୋଲି ସୀତା ରମଣ ସ୍ପଷ୍ଟ କରିଛନ୍ତି। ଘରୋଇ କମ୍ପାନୀ ଗୁଡ଼ିକ କିଛି ସମୟ ମଧ୍ୟରେ ମାଲିକାନା ସ୍ୱତ୍ୱ ହସ୍ତାନ୍ତର କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!