Odian News
73

ତାଲିବାନ ଆମକୁ କାଶ୍ମୀର ଆଣିଦେବ,ପାକିସ୍ତାନ ଶାସକଦଳ ନେତାଙ୍କ ଦାବି

ନୂଆଦିଲ୍ଲୀ,୨୫।୮: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ପାକିସ୍ତାନ ସର୍ବାଧିକ ଖୁସି ଥିବା ସ୍ପଷ୍ଟ ଅନୁମେୟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କଠାରୁ ଆରମ୍ଭ କରି ଶାସକଦଳର ନେତା ସମସ୍ତେ ତାଲିବାନ ସପକ୍ଷରେ ବୟାନବାଜୀ ଆରମ୍ଭ କରିଦେଇଛନ୍ତି । ଇମରାନଙ୍କ ଦଳ ପାକିସ୍ତାନ ତହରୀକ-ଏ-ଇଂସାଫ(ପିଟିଆଇ)ର ସଦସ୍ୟ ନୀଲମ ଇରଶାଦ ଶେଖ ଏକ ଲାଇଭ ଟିଭି ଡିବେଟ୍‌ରେ ତାଲିବାନକୁ ନିଜର ସାଥୀ ବୋଲି ସ୍ୱୀକାର କରିଛନ୍ତି । ତାଲିବାନ ଭାରତଠାରୁ କାଶ୍ମୀର ବିଜୟ କରି ପାକିସ୍ତାନକୁ ଦେବ ବୋଲି ନୀଲମ ଦାବି କରିଛନ୍ତି । ନୀଲମଙ୍କ ଏଭଳି ବୟାନ ଶୁଣି ଲାଇଭ ସୋ’ରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଖବର ଉପସ୍ଥାପିକ ହସିବାକୁ ଲାଗିଥିଲେ । ଖବର ଉପସ୍ଥାପିକ ଜଣକ ବ୍ୟଙ୍ଗାତ୍ମକ ଭାବେ ନୀଲମଙ୍କୁ ପ୍ରଶ୍ନ କରିଥିଲେ, ତାଲିବାନ ଏଭଳି ଚାହୁଁଛି ବୋଲି ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ହ୍ୱାଟ୍ସଆପ୍‌ ମେସେଜ ଆସିଛ ତାଲିବାନ ଆମକୁ କାଶ୍ମୀର ଆଣିଦେବ । ଯଦି ବାସ୍ତବରେ ଏମିତି ହେବ ତାହାଲେ ପାକିସ୍ତାନ ସେନା କ’ଣ କରୁଛନ୍ତି ବୋଲି ସେ କହିଥିଲେ । ସୂଚନାଥାଉକି, ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁନେବା ପରେ ପାକିସ୍ତାନର ବିଭିନ୍ନ ଭାଗରେ ତାଲିବାନୀ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଇସ୍‌ଲାମାବାଦର ଖ୍ୟାତନାମା ଲାଲ ମସିଜିଦ ଉପରେ ମଧ୍ୟ ତାଲିବାନୀ ପତାକା ଉଡ଼ାଯାଇଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!