Odian News
51

ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରକ୍ ସହ ଡ୍ରାଇଭର୍

ବଲାଙ୍ଗୀର ୨୭।୮: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଡ୍ରାଇଭରଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲି ଗାଁରେ ଶୁକ୍ରବାର ସକାଳେ ଏକ ବଡ଼ ଅଘଟଣ ଘଟିଛି। ବିଦ୍ୟୁତ୍ ତାର ଲାଗି ଏକ ଟ୍ରକ୍ ଜଳିଯିବାରୁ ଏହାର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଟ୍ରକ୍ (ଓଡି ୧୯ଏଲ୍ ୯୮୧୨)ଟି ୨୫ ଟନ୍ ଅଲ୍ଟ୍ରାଟେକ୍ ସିମେଣ୍ଟ ବୋଝେଇ କରି ଝାରସୁଗୁଡ଼ାରୁ ଗୁଡ଼ଭେଲା ବ୍ଲକ୍ ଡୁଙ୍ଗୁରିପାଲିକୁ ଆସିଥିଲା। ସିମେଣ୍ଟ ବେପାରୀ ଅରୁଣ ପ୍ରଧାନଙ୍କ ଗୋଦାମ ଆଗରେ ଗାଡ଼ିରୁ ସିମେଣ୍ଟ ଓହ୍ଲାଇବା ପାଇଁ ଢଙ୍କା ହୋଇଥିବା ତାରପୋଲିନ ଖୋଲିବାକୁ ଚାଳକ ଉପରକୁ ଚଢ଼ିଥିଲେ। ଦଉଡ଼ି ଖୋଲିବା ସମୟରେ ତାହା ଉପରେ ଥିବା ଥ୍ରିଫେଜ୍ ବିଦ୍ୟୁତ୍ ତାରରେ ଲାଗିଯାଇଥିଲା। ଫଳରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ତୁଷୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!