Odian News
132

ଦିଲୀପ ଦାସ ଙ୍କୁ ମଦର ଟେରେସା ସେବା ସମ୍ମାନ

ଚନ୍ଦାହାଣ୍ଡି,୨୮/୮(ଭୋଦେବ ଗୌଡ଼):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବରିଷ୍ଠ ଖବରଦାତା ତଥା ସାମାଜିକ କର୍ମୀ ଦିଲୀପ କୁମାର ଦାସଙ୍କୁ ଚଳିତ ବର୍ଷ ଆଶାକିରଣ ଫାଉଣ୍ଡେସନ ତରଫରୁ ମଦର ଟେରେସା ସେବା  ସମ୍ମାନ ରେ ସମ୍ମାନିତ କରାଯାଇଛି l ଏନେଇ ସମ୍ପୃକ୍ତ ସଂସ୍ଥା ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କେଶରୀ ହୋଟେଲ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ମଦର ଟେରେସା ଜୟନ୍ତି ରେ ବିଶିଷ୍ଟ ଅତିଥି ଭାବେ ପଦ୍ମ ଶ୍ରୀ ଡ଼. ତୁଳସୀ ମୁଣ୍ଡା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ପଦାର୍ଥ ବିଜ୍ଞାନୀ ଡ଼. ସୁଶାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଶ୍ରୀ ଦାସ ଙ୍କୁ ମଦର ଟେରେସା ସେବା ସଂମାନ 2021 ସନ୍ନମାନରେ ସନ୍ନମାନ୍ୱିତ କରାଯାଇଥିବା ସୂଚନା ମିଳିଛି l ଏନେଇ ଶ୍ରୀ ଦାସ ଙ୍କୁ ପ୍ରେସ କ୍ଲବ ଚନ୍ଦାହାଣ୍ଡି ର ସମସ୍ତ ସଭ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଭିନନ୍ଦନ ଜଣାଇଛନ୍ତି l ପ୍ରକାଶ ଯେ ସଂସ୍ଥା ପକ୍ଷରୁ ପ୍ରତେକ ଜିଲ୍ଲାରୁ ଜଣେ ବ୍ୟକ୍ତି ଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲେଖନିୟ ସଫଳତା ପାଇଁ ଚୟନ କରାଯାଇଥିଲା l ଏଥିପାଇଁ ନବରଙ୍ଗପୁର ଜିଲ୍ଲାରୁ ଦିଲୀପ କୁମାର ଦାସ ମନୋନୀତ ହୋଇଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!