Odian News
41

ଶାନ୍ତି ଫାଉଣ୍ଡେସନ ତରଫରୁ ନାରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ନେଇ ଆଲୋଚନା ଚକ୍ର

ବ୍ରହ୍ମପୁର-୨୯/୮(ମନୋଜ କୁମାର ପାତ୍ର): ଆସିକାରୋଡ଼ସ୍ଥିତ ପୌର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଶାନ୍ତି ଫାଉଣ୍ଡେସନ ତରଫରୁ ନାରୀ ସଶକ୍ତିକରଣ ଏବଂ ନାରୀଙ୍କ ଅନ୍ତର୍ନିହିତ ଶକ୍ତିର ବିକାଶ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆଦିଲୀ ଭିଏମ୍ଏସ୍ ସମ୍ପାଦିକା ସ୍ୱପ୍ନା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ଅତିଥିରୂପେ ପ୍ରମେୟର ଡିଜିଏମ୍ ଅମ୍ବିକା ପ୍ରସାଦ ଦାସ , ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ବେହେରା , ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ , ପୂର୍ବତନ କର୍ପୋରେଟର ଅନୀଲ ନାୟକ , ରାକେଶ ସାହୁ , ବଲ୍ଲଭ ପାଣିଗ୍ରାହୀ ଓ ଗୀତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଶାନ୍ତି ଫାଉଣ୍ଡେସର ମୁଖ୍ୟ ଶାନ୍ତିଲତା ଦାସ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ । ଏଠାରେ ଛାତ୍ରୀମାନଙ୍କ ଅନ୍ତର୍ନିହିତ ବିକାଶକୁ ଉନ୍ନତି କରିବା ନେଇ ଅତିଥିମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଶିକ୍ଷୟିତ୍ରୀ ଉଷାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ବାରା ଏକ ସ୍ବାଗତ ସଂଗୀତ ଗାନ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!