41

ଟୋକିଓ ପାରାଅଲିମ୍ପିକ୍ସି ଗୋଟିଏ ଦିନରେ ଭାରତକୁ ୩ ମେଡାଲ

ଟୋକିଓ,୨୯/୮: ଟୋକିଓ ପାରାଅଲିମ୍ପିକ ୨୦୨୦ରେ ଭାରତର ଜବରଦସ୍ତ ପ୍ରଦର୍ଶନ। ଗୋଟିଏ ଦିନରେ ୩ଟି ମେଡାଲ୍ ହାତେଇଲା ଭାରତ। ପ୍ରଥମେ ଭାବିନା ପଟେଲ୍‌ ଟେବୁଲ୍‌ ଟେନିସ୍‌ରେ ଦେଶକୁ ରୌପ୍ୟ ଦେଇଥିଲା। ପରେ ହାଇ ଜମ୍ପରେ ରୌପ୍ୟ ଦେଲେ ନିଶାଦ କୁମାର। ଆଉ ଏବେ ଡିସ୍‌କସ୍ ଥ୍ରୋରେ ଦେଶ ପାଇଁ ବ୍ରୋଞ୍ଚ ମେଡାଲ ଜିତିଲେ ବିନୋଦ କୁମାର।

ବିନୋଦ ୧୯.୯୧ ମିଟର ଥ୍ରୋ କରିବା ପରେ ଏସିଆ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିନୋଦ ରୌପ୍ୟ ପଦକର ଖୁବ ନିକଟରେ ଥିବା ବେଳେ ଶେଷ ବେଳକୁ ଏହା ହାତ ଛଡ଼ା ହୋଇଯାଇଥିଲେ। ଫଳରେ ବିନୋଦଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆରମ୍ଭରୁ ଭଲ ପ୍ରଦର୍ଶନ କରୁଥିବା ବିନୋଦ ପ୍ରଥମ ପ୍ରୟାଶରେ ୧୭.୪୬ ମିଟର  ଥ୍ରୋ କରିଥିଲେ। ଏହାପରେ ଦ୍ୱିତୀୟ ପ୍ରୟାଶରେ ୧୮.୩୨ ମିଟର ଚତୁର୍ଥରେ୧୯.୨୦ ମିଟର ଓ ପଞ୍ଚମ ଥ୍ରୋରେ ୧୯.୯୧ ମିଟର ଥ୍ରୋ କରିଥିଲେ। ପଞ୍ଚମ ଥ୍ରୋ ପାଇଁ ତାଙ୍କୁ କାଂସ୍ୟ ପଦକ ମିଳିଥିଲା। ଫାଇନାଲ୍‌ରେ ଖେଳୁଥିବା ୮ ଜଣ ଖେଳାଳିଙ୍କ ମଧ୍ୟରୁ ବିନୋଦ ତୃତୀୟ ସ୍ଥାନରେ ରହିଥିଲେ।

ଏହା ପୂର୍ବରୁ ଭାରତୀୟ ଏଥ୍‌ଲେଟ୍‌ ନିଶାଦ କୁମାର ପୁରୁଷ ବର୍ଗର ହାଇ ଜମ୍ପରେ ରୌପ୍ୟ ପଦକ ହାସଲ କରି ଦେଶକୁ ଗୌରବାନ୍ନିତ କରିଛନ୍ତି। ଫାଇନାଲ ରାଉଣ୍ଡରେ ସେ ୨.୦୬ ମିଟର ହାଇ ଜମ୍ପ କରିଥିଲେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ନିଶାଦ ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ପ୍ରୟାସରେ ନିଶାଦ ୨.୦୨ ମିଟର ଜମ୍ପ କରିଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ୨.୦୨ ମିଟର ହାଇ ଜମ୍ପ କରି ଏସିଆରେ ରେକର୍ଡ କରିଥିଲେ। ତେବେ ତିନି ଥର ପ୍ରୟାଶ କରି ସୁଦ୍ଧା ନିଶାଦ ୨.୦୯ ମିଟର ଉଚ୍ଚତାର ହାଇଜମ୍ପ କରିବାରେ ଅସଫଳ ହୋଇଥିଲେ। ଫଳରେ ଗୋଲ୍ଡ ମେଡାଲ ଆଶା ମଉଳି ଯାଇଥିଲା। ପାରାଅଲିମ୍ପିକ ୨୦୨୦ରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଦୁଇଟ ରୌପ୍ୟ ମେଡାଲ ଜିତିବାରେ ସଫଳ ହୋଇଛି।

ତେବେ ନିଶାଦଙ୍କ ପୂର୍ବରୁ ଟୋକିଓ ପାରାଅଲିମ୍ପିକ ୨୦୨୦ରେ ପ୍ରଥମେ ଟେବଲୁ ଟେନିସ୍‌ରେ ରୌପ୍ୟ ପଦକ ଜିତିଥିଲେ ଭାବିନା ପଟେଲ୍। ପ୍ରଥମ ଭାରତୀୟ ଖେଳାଳି ଭାବେ ଟେବୁଲ ଟେନିସ୍‌ରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଭାବିନା। ସେ ସ୍ଵର୍ଣ୍ଣ ପଦକ ପାଇଁ ଚୀନ ପ୍ରତିଯୋଗୀଙ୍କ ସହ ମୁକାବିଲା କରିଥିଲେ। ହେଲେ ଚୀନ ପ୍ରତିଯୋଗୀ ଜୋହୁ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ବାବିନା। ତେବେ ଚୀନର ମିୟାଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଥିଲେ। ସେପଟେ ଭାବିନା ପଦକ ଜିତିବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଭାବିନାଙ୍କ ସମର୍ଥକମାନେ ତାଙ୍କ ଘର ସମ୍ମୁଖରେ ବାଣ ଫୁଟାଇ ତାଙ୍କ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!