Odian News
42

କ୍ଲିନିକ୍‌ରେ ଚାଲିଥିଲା ବେଆଇନ୍‌ ଗର୍ଭପାତ, ଚଢାଉ କଲା ପୋଲିସ

ନୟାଗଡ଼ ୩୧।୦୮: ବେଆଇନ ଗର୍ଭପାତ ଚାଲୁଥିବା ସମୟରେ  ଚଢାଉ କଲା ପୋଲିସ୍  । କ୍ଲିନିକ୍ ମାଲିକ , କର୍ମଚାରୀ ସମେତ ୫ଜଣଙ୍କୁ ଅଟକ ରଖିଛି ନୟାଗଡ ଟାଉନ ଥାନା ପୋଲିସ l ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ପଛପାଖ ଏବଂ ଟାଉନ୍ ଥାନା ନିକଟରେ ରହିଥିବା ଆନନ୍ଦ ଭବନ କ୍ଲିନିକ୍ ରେ ଦୀର୍ଘ ଦିନ ହେବ ବେଆଇନ୍ ଗର୍ଭପାତ ଚାଲୁଥିବା ଅଭିଯୋଗ ହୋଇଆସୁଥିଲାଖବର ଅନୁଯାୟୀ, ଗତକାଲି ମଧ୍ୟ ରାତିରେ ଗର୍ଭପାତ ହେଉଥିବା ସମୟରେ ଟାଉନ ଥାନା ପୋଲିସ ଓ ସ୍ପେସିଆଲ ସ୍ୱାର୍ଡ ମିଶି କ୍ଲିନିକରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଗର୍ଭପାତ କରିଥିବା ମହିଳା ଗର୍ଭପାତ ହୋଇଥିବା ଦୋଷ ସ୍ବୀକାର କରିଥିଲେ l ଏନେଇ ଟାଉନ ଥାନା ପୋଲିସ ପକ୍ଷରୁ କ୍ଲିନିକର ମାଲିକ  ସତ୍ୟପ୍ରିୟ ସ୍ୱାଇଁ । ଗର୍ଭପାତ କରିଥିବା ମହିଳାଙ୍କ ସ୍ୱାମୀ ଗଣେଶ ପ୍ରଧାନ ଓ ୩ ସହଯୋଗୀ କର୍ମଚାରୀଙ୍କୁ ଅଟକ ରଖିଛି l ଏହାପରେ ନୟାଗଡ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଲିନିକକୁ ସିଲ୍ କରିଛନ୍ତି । ଗତ କିଛି ବର୍ଷ ତଳେ ନିଉଜ୍ ସେଭେନ୍ ତରଫରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ ସମୟରେ ଏହି କ୍ଲିନିକରେ ଗର୍ଭପାତ ହେଉଥିବା ଜଣାପଡିଥିଲା । ପରେ ଜିଲ୍ଲା ପ୍ରଶାସନ ଚଢାଉକରି କ୍ଲିନିକର ମାଲିକଙ୍କୁ ଗିରଫ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!