27

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର ,୧୪/୦୯: ରାଜ୍ୟରେ +୨ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ୨୧ ତାରିଖ ପ୍ରତମ ପର୍ଯ୍ୟାୟ ନାମଲେଖା ଚାଲିବ । ଆସନ୍ତା ୨୭ରେ +୨ ଦ୍ୱିତୀୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟାରେ ପାସହାର ହୋଇଥିବାରୁ +୨ରେ ୫୦ ପ୍ରତିଶତ ସିଟ୍ ବଢ଼ିଛି । ସେହିପରି ରାଜ୍ୟରେ ଗତକାଲିଠାରୁ +୩ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କର ନାମଲେଖା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍ ବ୍ୟତୀତ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଆଡମିଶନ କରିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଗତକାଲି +୨ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । +୨ ପାଇଁ ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍ ଅଫରେ ମନୋନୀତ ହୋଇଛନ୍ତି । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ । କଳାରେ ୭୯.୩୧%, ବାଣିଜ୍ୟରେ ୮୨% ଓ ବିଜ୍ଞାନରେ ୯୧.୩୩% ରହିଛି । ସେହିପରି ବିଜେପିରେ କଳା-୭୮%, ବିଜ୍ଞାନରେ ୯୦.୬୭% ଓ ବାଣିଜ୍ୟରେ ୭୭.୫% କଟ୍ ଅଫ୍ ମାର୍କ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!