Odian News
97

ଭାରତ ବନ୍ଦର ପ୍ରଭାବ: ବଲାଙ୍ଗିରରେ ରେଳ ରୋକ

ବଲାଙ୍ଗିର,୨୭।୯: ଚାଷୀ ସଂଗଠନଙ୍କ ଦ୍ବାରା ଡକାଯାଇଥିବା ଭାରତ ବନ୍ଦର ପ୍ରଭାବ ବଲାଙ୍ଗିରରେ ଦେଖାଯାଇଛି । ସକାଳୁ ସକାଳୁ ଚାଷୀ ନେତାମାନେ ରେଳ ଷ୍ଟେସନରେ ପହଞ୍ଚି ରେଳ ରୋକ କରିଛନ୍ତି। ୬. ୧୫ ରେ ଟିଟିଲାଗଡ଼- ହାଉଡା ଇସ୍ପାତ ଟେନକୁ ୧୫ ମିନିଟ ପାଇଁ ଅଟକାଇଥିଲେ । ଏହାପରେ ସହରରେ ପିକେଟିଂ ଚଳାଇଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କାଁ ଭାଁ କିଛି ବାଇକ ଚଳାଚଳ କରୁଥିବା ବେଳେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି । ଚାଷୀ ସଂଗଠନକୁ ସମର୍ଥନ କରି କଂଗ୍ରେସ ଆନ୍ଦୋଳନ ଚଳାଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଛକରେ ପୁଲିସ ମୁତୟନ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!