Odian News
48

ମାଛମାନଙ୍କ ସହିତ ପହଁରୁଛନ୍ତି ପରିଣୀତି

ମୁମ୍ବାଇ,୩୦/୯ : ବଲିଉଡ୍ ସେଲିବ୍ରିଟିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ମାଲଦ୍ୱୀପରେ ଛୁଟି କାଟୁଛନ୍ତି ସବୁଠାରୁ ସୁନ୍ଦରୀ ଓ ପ୍ରତିଭାବାନ ଅଭିନେତ୍ରୀ ପରିଣୀତି ଚୋପ୍ରା। ସେ ସେଠାରୁ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଶେୟାର କରି ଚାଲିଛନ୍ତି। କେଉଁଠି ସେ ବୋଲ୍ଡ ଲାଗୁଛନ୍ତି ତ ପୁଣି କେଉଁଠି ସେକ୍ସୀ। ଏବେ ଏହି ଅଭିନେତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସମୁଦ୍ର ଭିତରେ ମାଛମାନଙ୍କ ସହିତ ପହଁରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଏହାକୁ ପରିଣୀତିଙ୍କର ପ୍ରଶଂସକମାନେ ଖୁବ ପସନ୍ଦ କରୁଥିବା ଦେଖାଯାଏ।ହି ଭିଡିଓରେ ପରିଣୀତି ସମୁଦ୍ର ଭିତରେ ଖୁବ୍ ମସ୍ତି କରୁଥିବା ଦେଖାଯାଆନ୍ତି। ସେ ଏହି ଭିଡିଓକୁ ଭାରତ ମହାସାଗରେ ସୁଟିଂ କରିଛନ୍ତି। ଅଭିନେତ୍ରୀ ନିର୍ଭୟ ଭାବରେ ମାଛମାନଙ୍କ ସହିତ ସମୁଦ୍ରରେ ପହଁରୁଥିବା ଦେଖାଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟ ମଧ୍ୟ ଏଥିରେ ଦେଖିବାକୁ ମିଳୁଛି। ଏହାର ଫାଇଦା ଉଠଉଛନ୍ତି ପରିଣିତି। ସେ ଏହି ଭିଡିଓ ଶେୟାର୍ କରି କ୍ୟାପ୍‌ସନ୍‌ରେ ‘ମେଡିଟେସନ୍‌’ ବୋଲି ଲେଖିଛନ୍ତି।

 

View this post on Instagram

 

A post shared by Parineeti Chopra (@parineetichopra)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!