Odian News
87

କଳା ତାଲିକାଭୁକ୍ତ ମେଣ୍ଟ ବିରୁଦ୍ଧରେ ଜାଗିଲେ ଅଞ୍ଚଳବାସୀ

କେନ୍ଦୁଝର,୦୨/୧୦: ଦୀର୍ଘଦିନ ଧରି ଏକ ସଂସ୍ଥାକୁ କରାୟତକରି କେତେକ ଅସାଧୁ ବ୍ୟକ୍ତି ବେଆଇନ କାର୍ଯ୍ୟରେ ଲିପ୍ତ ରହିବାସହ ସାମାଜିକ ଦାୟିତ୍ୱବୋଧକୁ ଅଣଦେଖା କରିଆସୁଥିଲେ । ଏହି ବ୍ୟକ୍ତିମାନଙ୍କ ବିରୁଦ୍ଧରେ ମାମଲା ହେବାପରେ ମାନ୍ୟବର କୋର୍ଟ ସମସ୍ତ ତଥ୍ୟକୁ ଭିତ୍ତିକରି ଏହି ବ୍ୟକ୍ତି ବିଶେଷଙ୍କ ପରିଚାଳନାକୁ ଅସିଦ୍ଧ ଘୋଷଣା କରିବା ସହ କଳା ତାଲିକାଭୁକ୍ତ କରିଥିଲେ । ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତି ଉକ୍ତ ସଂସ୍ଥାର ପରିଚାଳନା ଦାୟିତ୍ୱ ନେବାପରେ ବେଆଇନ କାର୍ଯ୍ୟକଳାପନେଇ ବାଦ୍ ପଡ଼ିଥିବା ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ସମୟରେ ବିବାଦ ଉପୁଜାଇ ଆସୁଥିଲେ । ଫଳରେ ପରିଚାଳନାରେ ବହୁ ବାଧାବିଘ୍ନ ସୃଷ୍ଟିହୋଇଆସୁଥିଲା । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ନ୍ୟାୟ ପାଇଁ ଏକଜୁଟ୍ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ବାଂଶପାଳ ଅଧିନ ଗନ୍ଧମାର୍ଦ୍ଦନ ଖଣି ଅଞ୍ଚଳରେଥିବା କୁମୁଣ୍ଡି,ତଳକଇଁସାରି ଓ ଶୁଆକାଟୀ ପଞ୍ଚାୟତ ଅଧିନ ଖଣି କ୍ଷତିଗ୍ରସ୍ତ ତଳଜାଗର,ଉପର ଜାଗର,ଉରୁମୁଣ୍ଡା,କଅଁଳା,ଶୁଆକାଟୀ,ଉପର କଇଁସାରି,ନିଟିଗୋଠ ଓ ଇଚିଣ୍ଡାର ସ୍ଥାୟୀ ଅଧିବାସୀମାନେ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଏଣ୍ଡ ଟ୍ରାନ୍ସପୋର୍ଟିଙ୍ଗ କୋଅପରେଟିଭ୍ ସୋସାଇଟି ଲିମିଟେଡ଼୍ ସଂସ୍ଥାର ଲାଭାଂଶରେ ସହଭାଗିତା ହୋଇଆସୁଥିଲେ । କଳା ତାଲିକାଭୁକ୍ତ ବ୍ୟକ୍ତିମାନେ ବାଦ୍ ପଡ଼ିବା ପରେ ସଂସ୍ଥାର ସାଧାରଣ ପରିଷଦ ବୈଠକରେ ଖଣି କ୍ଷତିଗ୍ରସ୍ତ ୯ଟି ଗ୍ରାମର ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ସଦସ୍ୟତାଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ସୂଚନା ଅନୁଯାୟୀ ଚଳିତ ମାସ ୧ ତାରିଖଠାରୁ ପ୍ରତିଦିନ ସଦସ୍ୟତା କାର୍ଯ୍ୟକ୍ରମ ଜାରିରଖିବାକୁ ସୋସାଇଟି ଘୋଷଣା କରିଥିଲା । ସୋସାଇଟିର ପରିଚାଳନାରେ ପଞ୍ଚାୟତବାସୀ ସନ୍ତୋଷ ପ୍ରକାଶ କରିଥିବାବେଳେ ପୂର୍ବ କଳା ତାଲିକାଭୁକ୍ତ ବ୍ୟକ୍ତିମାନେ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ଜାହିର କରିବା ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହାର ପ୍ରତିବାଦରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଏଣ୍ଡ ଟ୍ରାନ୍ସ ପୋର୍ଟିଙ୍ଗ କୋ-ଅପରେଟିଭ୍ ସୋସାଇଟିର ସଦସ୍ୟମାନେ ଏକ ପଟୁଆରରେ ବାହାରି ଓଏମ୍‌ସି ଖଣିର ଆଞ୍ଚଳିକ ଅଧିକାରୀଙ୍କୁ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ ମଧ୍ୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦେବାସହ ଏହି କଳାତାଲିକା ଭୁକ୍ତ ନକଲି ଏଜେନ୍ସିର ପ୍ରାୟୋଜିତ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!