Odian News
37

ଆଇପିଏଲ :ଟସ ଜିତି ବୋଲିଂ ନେଲା ମୁମ୍ବାଇ

ଶାରଜା,୦୫/୧୦ : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି  ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ୧୨ଟି ଲେଖାଏଁ ମ୍ୟାଚ ଖେଳି ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି । ଏହି ମ୍ୟାଚ ଓ କୋଲକାତା ସହ ଖେଳାଯିବାକୁ ଥିବା ମ୍ୟାଚ ଜିତିଲେ ରାଜସ୍ଥାନ ପ୍ଲେଅଫକୁ ଯାଇପାରିବ । କିନ୍ତୁ ଆଜି ମ୍ୟାଚ ହାରିଲେ ରାଜସ୍ଥାନ ପାଇଁ ପ୍ଲେ ଅଫକୁ ଯିବା କଷ୍ଟକର ହୋଇଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!