Odian News
44

ଯାନ୍ତ୍ରିକ ତୃଟି କାରଣରୁ ଖସିପଡିଲା ବିମାନ, ଚାଲିଗଲା ୧୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୦/୧୦ : ଋଷର ଟାଟାରଷ୍ଟନ୍‌ ଅଞ୍ଚଳରେ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି ।  ‘L-410 ଟର୍ବୋଲେଟ୍‌’ ନାମକ ବିମାନ ୨୩ ଜଣ ଲୋକଙ୍କୁ ନେଇ ଯାଉଥିବା ବିମାନ ଯାନ୍ତ୍ରିକ ତୃଟି କାରଣରୁ  କ୍ରାସ୍ ହୋଇଯାଇଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ବାକି ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ମିଳିଛି । ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଋଷୀୟ ବିମାନ ଏଲ-୪୧୦ ଟୁରବୋଲେଟ୍ ତାତାରସ୍ତାନ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବିମାନଟି ଦୁଇଟି ଇଞ୍ଜିନ୍ ଥିବା ସର୍ଟରେଞ୍ଜର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଥିଲା । ଏଥିରେ ୨୧ ଜଣ ପାରାଚୁଟ୍ ଡାଇଭର୍ ରହିଥିଲେ । ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବିମାନରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!