Odian News
143

ଅପରାଜିତା ଷଡ଼ଙ୍ଗୀ ଙ୍କ ଜନ୍ମଦିନ ପାଳନ

ନବରଙ୍ଗପୁର ୧୧/୧୦ ,(ଭୋଦେବ ଗୌଡ଼ ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସନ୍ଧିମୁଣ୍ଡା ଗ୍ରାମଠାରେ ଭୁବନେଶ୍ୱର ଏମପି ତଥା ୟୁଥ ଫର ଏକ୍ସନ ର ପ୍ରତିଷ୍ଠାତା ଅପରାଜିତା ଷଡ଼ଙ୍ଗୀ ଙ୍କ ଜନ୍ମଦିନ ଉପଲକ୍ଷେ ୟୁଥ ଫର ଏକ୍ସନ ର ଜିଲ୍ଲା ସଭାପତି ସିମାଞ୍ଚଳ ସତପଥିଙ୍କ ତାତ୍ଵାବଧାନରେ ପଚାଶ ରୁ ଉର୍ଦ୍ଧ ଛୋଟ ପିଲାମାନଙ୍କୁ ପାଠ୍ୟପୁସ୍ତକ, ଖାତା, କଲମ, ପେନସିଲ, ସିଲଟ, ଖଡ଼ି ବଣ୍ଟନ କରାଯାଇଥିଲା l ୟୁଥ ଫର ଏକ୍ସନ ର ବିଭିନ୍ନ କାର୍ଯ୍ୟକ୍ରମ ଗରିବ ଜନସାଧାରଣଙ୍କ ସେବା, ରକ୍ତ ସଂଗ୍ରହ ଅଭିଯାନ, ସହ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଏବଂ ଚନ୍ଦାହାଣ୍ଡି ବ୍ଲକରେ ଅଳ୍ପଦିନ ମଧ୍ୟରେ ୟୁଥ ଫର ଏକ୍ସନ ର ପୂର୍ଣ୍ଣାଙ୍ଗ ଟିମ ଗଠନ କରାଯିବ ବୋଲି ଜିଲ୍ଲା ସଭାପତି ସିମାଞ୍ଚଳ ସୂଚନା ଦେଇଥିଲେ l କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି କଣ୍ଠେଶ୍ଵର ନାୟକ, ତ୍ରିନାଥ କେଉଟ, ନକୁଳ ମନହିରା, ରାମ ଭାଇ ପ୍ରମୁଖ ଉପସ୍ଥିତ ଥିଲେ l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!