Odian News
19

ପାଞ୍ଚ ଯବାନଙ୍କ ସହିଦ୍‌ର ପ୍ରତିଶୋଧ ନେଲା ଭାରତୀୟ ସେନା

ଶ୍ରୀନଗର, ୧୨/୧୦ : ଜାମ୍ମୁ-କାଶ୍ମୀରର ସୋପିଆନ୍‌ରେ ଭାରତୀୟ ସେନା ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଜମ୍ମୁ-କାଶ୍ମୀରର ପୁଞ୍ଛ ପରେ ସୋପିଆନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀରର ପୋଲିସ୍ ପକ୍ଷରୁ ସୁଚନା ମିଳିଛି ।   ସେ ଗାଂଦରବଳର ମୁଖତାର୍‌ ଶାହା ବୋଲି ଜଣାପଡିଛି । ସମସ୍ତ ନିହତ ଆତଙ୍କବାଦୀ ଲସ୍କର ସଂଗଠନ ସହିତ ଜଡିତ ଥିବାର ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଭାରତୀୟ ସେନା ।ଜାମ୍ମ-କାଶ୍ମୀରର ସୋପିଆନ୍‌ରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରସେନ୍‌ । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନଟିକୁ ଚାରିପଟୁ ଘେରିଯାଇଥିଲେ ସେନା । ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ଆତଙ୍କବାଦୀମାନେ ପାଲଟା ସେନା ଉପରକୁ ଗୁଳିମାଡ଼ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଭାରତୀୟ ସେନା । ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟର ୩ଜଣ ଲସ୍କର ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ନିହତ ଆତଙ୍କୀଙ୍କ ନିକଟରୁ ବନ୍ଧୁକ, ଗୁଳି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି । ଏହାସହିତ ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!