Odian News
23

ଜବତ ହେଲା ୧୪୨ କୋଟି ଟଙ୍କା

ନୂଆଦିଲ୍ଲୀ, ୧୨/୧୦ :ବିଡା ବିଡା ନୋଟରେ ଆଲମିରା ଭର୍ତ୍ତି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଫଟୋରେ ଏକ ଆଲମାରୀ ନଜର ଆସୁଛି ଓ ଆଲମାରୀରେ ବିଡା ବିଡା ନୋଟ ଭର୍ତ୍ତି ରହିଛି। ଏହି ଫଟୋ ଦେଖି ଲୋକେ ଚକିତ ହୋଇଯାଉଛନ୍ତି। ଆଲମାରୀରେ ୧୪୨ କୋଟି ଟଙ୍କାରୁ ଅଧିକ ଟଙ୍କା ଭର୍ତ୍ତି କରି ରଖାଯାଇଛି। ଲୋକଙ୍କ ମନରେ ଏହା ପଛରେ ମାମଲା କଣ ? ଫଟୋ ଇଣ୍ଟରନେଟରେ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି କରୁଛି। ଆୟକର ବିଭାଗ ୫୫୦ କୋଟିର ସମ୍ପତ୍ତି ବିଷୟରେ ଖୁଲାସା କରିଥିବା ଦାବି କରିଛି ଓ କହିଛି ଯେ ଅକ୍ଟୋବର ୬ ତାରିଖରେ ହୋଇଥିବା ଚଢ଼ଉରେ ହାଇଦ୍ରାବାଦର ପ୍ରମୁଖ ଔଷଧ କମ୍ପାନୀ ଦ୍ୱାରା ଆୟର ସ୍ରୋତ ନ କହିବାରୁ ୧୪୨.୮୭ କୋଟି ଟଙ୍କା ଜବତ କରାଯାଇଛି। ଅଫିସିଆଲ ବୟାନରେ ଆୟକର ବିଭାଗ କହିଛି ଯେ ଫାର୍ମାସ୍ୟୁଟିକାଲ୍ ଗୋଷ୍ଠୀ ମଧ୍ୟବର୍ତ୍ତୀ ତିଆରି କରିବାରେ ସାମିଲ ଅଛି। ତେବେ ନୋଟ ବିଡା ଭର୍ତ୍ତି ହୋଇଥିବା ଆଲମିରା ମାମଲା ସାମ୍ନାକୁ ଆସିବା ପରେ ଏହି ଫଟୋ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!