Odian News
40

କଲରାପତରିଆ ବାଘ ଝାମ୍ପିନେଲା ୬ ବର୍ଷର ପିଲା

ରାଇଘର ,୧୨/୧୦ :୬ ବର୍ଷର ପିଲାକୁ ଝାମ୍ପିନେଲା କଲରାପତରିଆ ବାଘ |  କଲାରାପତରିଆ ବାଘ ଆକ୍ରମଣରେ ୬ ବର୍ଷର ଜଣେ ପିଲାର ମୃତ୍ୟୁ ହୋଇଛି । ସେ ପରିବାର ସହିତ ନବରଙ୍ଗପୁର ରାଇଘର ବ୍ଲକ ରାଇଘର ତୁରୁଡିହି ଗାଁରୁ ଛତିଶଗଡ଼ ଯାଇଥିବା ବେଳେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ମୃତ ବାଳକର ନାଁ ଅମିତ ମର୍କାମ ହୋଇଥିବା ବେଳେ ସେ ଛତିଶଗଡର ସିହାୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷିଙ୍କ ଦର୍ଶନ ପାଇଁ ଯାଇଥିଲେ । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଝାମ୍ପିନେଇଥିଲା ବାଘ । ପିଲାକୁ ବାଘ ଝାମ୍ପି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!