Odian News
34

ମନୀଷ ମୃତ୍ୟୁ ମାମଲାରେ ଖୋଲିଲା ଗୁମର,ମୁଖ୍ୟ ଅଭିଯୁକ୍ତ ଅମ୍ରିତକୁ ମାରାଥନ ଜେରା

ଭୁବନେଶ୍ୱର ,୧୪।୧୦:  ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍‌ ଗୁଡୁ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି।  ଏହାରି ମଧ୍ୟରେ ସାମ୍ନାକୁ ଆସିଛି କାଳ ରାତିର ସତ । ମନୀଷଙ୍କ ମୃତ୍ୟୁ ଦିନ ରାତିରେ ବିଲକୁ ନେଇ ବିବାଦ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ଏହାକୁ ନେଇ ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ଫଳରେ ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିଲେ । ମୋବାଇଲ ବନ୍ଧକ ରଖିବାକୁ ନେଇ ମନୀଷଙ୍କୁ ବହୁତ ବାଧିଥିଲା । ଫଳରେ ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ବୋଲି ସୂଚନା ମିଳିଛି । ବାରରୁ ବାହାରିବା ପରେ ବି ସାଙ୍ଗମାନଙ୍କ ସହିତ ମନୀଷଙ୍କ ବଚସା ହୋଇଥିଲା । ବିଲ ପେମେଣ୍ଟ ଓ ଅନ୍ୟ କୌଣସି କାରଣରୁ ବଚସା ହୋଇଥିବା ଜଣାପଡିଛି । ଘଟଣା ଦିନ ରାତିରେ ମନୀଷଙ୍କ ସହିତ ଏକାଠି ହୋଟେଲରେ ଖିଆପିଆ କରିଥିବା ୪ ଜଣ ଯୁବକ ଏବେ କମିସନରେଟ୍ ପୁଲିସ କବ୍‌ଜାରେ ରହିଥିବା ବେଳେ ମନୀଷଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଘନୀଭୂତ ହୋଇଛି। ମନୀଷ ପରିଚାଳନା କରୁଥିବା ଠିକାଦାର ସଂସ୍ଥାର ଟଙ୍କା ଦେଣନେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କନ୍ଧମାଳରୁ ତିନି ଜଣଙ୍କୁ ଧରି ତଦନ୍ତକାରୀ ଟିମ୍ ଆଜି ଭୁବନେଶ୍ବର ଫେରିଛି। ଏମାନଙ୍କୁ ମିଶାଇ ପୁଲିସ କବ୍‌ଜାରେ ଥିବା ମୋଟ ୪ ଜଣ ଯୁବକଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କ ସଂପୃକ୍ତି ନେଇ ମଧ୍ୟ ପ୍ରମାଣ ମିଳିଛି। ତେଣୁ ଠିକା ସଂସ୍ଥାର ଟଙ୍କା କାରବାର ଏବଂ ଅନ୍ୟ ଏକ ଦିଗକୁ ନେଇ ଖୋଳତାଡ଼ ଚଳାଇଛି ପୁଲିସ। ନ୍ୟପକ୍ଷରେ ଘଟଣା ଦିନ ମନୀଷଙ୍କୁ ପଟିଆରୁ କାର୍‌ରେ ହୋଟେଲ ସାଉଥ୍‌ ସିଟିକୁ ନେଇ ଯାଇଥିବା ନୂଆପଲ୍ଲୀ ଅଞ୍ଚଳର ଅମ୍ରିତ ପ୍ରୀତମ ବିଶ୍ବାଳକୁ ପୁଲିସ ମାରାଥନ୍ ଜେରା କରୁଛି।ତେବେ ନିର୍ଦ୍ଦିଷ୍ଟ କେଉଁ କାରଣ ଯୋଗୁଁ ମନୀଷଙ୍କୁ ହତ୍ୟା କରାଗଲା ତାହା ଜାଣିବା ଲାଗି ସମସ୍ତଙ୍କୁ ଅଲଗା ଅଲଗା ଜେରା କରୁଛି ପୁଲିସ। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!