Odian News
19

ଆର୍ଯ୍ୟନଙ୍କ ଜାମିନ ଖାରଜ,୨୦ ଅକ୍ଟୋବର ଯାଏଁ ଜେଲରେ ରହିବେ ଆର୍ୟନ

ମୁମ୍ୱାଇ, ୧୪/୧୦:  ଆଜି ବି ମିଳିଲାନି ଜାମିନ ,୨୦ ଅକ୍ଟୋବର ଯାଏଁ ଜେଲରେ ରହିବେ ଆର୍ୟନ ଖାନ | କ୍ରୁଜ ଡ୍ରଗ ମାମଲାରେ ଆର୍ୟନ ଖାନ୍ ଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ।  ଆସନ୍ତା ୨୦ ତାରିଖ ଦିନ ପୁଣିଥରେ ଏହି ମାମଲାର ବିଚାର କରାଯିବ । ସେ ପର୍ଯ୍ୟନ୍ତ ଆର୍ଯ୍ୟନ ଜେଲ୍‌ରେ ହିଁ ରହିବେ ।  ମଙ୍ଗଳବାର ଦିନ ଶୁଣାଣି  ବେଳେ  ଏନସିବି ପକ୍ଷ ରଖୁଥିବା ASG ଦାବି କରିଥିଲା ଯେ ଆର୍ଯ୍ୟନ ବହୁତ ଦିନରୁ ଡ୍ରଗ୍ସ ସେବନ କରୁଛନ୍ତି। ଆର୍ଯ୍ୟନଙ୍କ ଓକିଲ ଏ ସବୁ ଅଭିଯୋଗ ଖାରଜ କରିଦେଇଛନ୍ତି। ଆର୍ଯ୍ୟନଙ୍କୁ ଜାମିନ ମିଳିବ ନା ନାହିଁ ତାହା ୨୦ ତାରିଖରେ ବିଚାର କରାଯିବ । ତେବେ ଏହି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏବେ ଆର୍ଥର ରୋଡ୍ ଜେଲରେ ଅଛନ୍ତି। ତାଙ୍କ ଅଡୁଆ କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଓକିଲ ସତୀଶ ମାନଶିନ୍ଦେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ଆଜି ତାହାର ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!