Odian News
21

ଦଶହରା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ଵର, ୧୪।୧୦:  ଦଶହରା ଛୁଟି ପରେ ରାଜ୍ୟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂଜା ଛୁଟି ପରେ ସ୍ଥିତି ଭଲ ହେଲେ ଏହି ଦୁଇଟି ଶ୍ରେଣୀ ଖୋଲିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ କ୍ଲାସ ହେବ।  କରୋନା ମହାମାରୀ ଯୋଗ ପ୍ରାୟ ୨ ବର୍ଷ ହେଲା ସ୍କୁଲ ବନ୍ଦ ରହିଛି। ପିଲାମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି। ଏହା ଦ୍ବାରା ଦୁର୍ଗମ ଅଞ୍ଚଳର ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ କରୋନା କଟକଣାରେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ଅଫଲାଇନ ପାଠପଢ଼ା ଜାରି ରହିଛି। କରୋନା ପ୍ରକୋପ ହ୍ରାସ ପାଇଲେ ଏବଂ ସ୍ଥିତି ଭଲ ରହିଲେ ଅନ୍ୟ ଶ୍ରେଣୀ ଖୋଲିପାରେ। ସେତେବେଳ ପର୍ଯ୍ୟନ୍ତ ଉକ୍ତ ଶ୍ରେଣୀ ଅନଲାଇନ ମାଧ୍ୟମରେ କ୍ଲାସ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!