Odian News
19

ପ୍ରଥମ ଥର ହେବ ଭର୍ଚୁଆଲ ଦଶହରା

ନୂଆଦିଲ୍ଲୀ,୧୪/୧୦: ରାଜଧାନୀ ଦିଲ୍ଲୀରେ ରାମଲୀଳାର ପାଖାପାଖି ୫୦ବର୍ଷର ଇତିହାସରେ ପ୍ରଥମ ଥର ଭର୍ଚୁଆଲ ଦଶହରା ପାଳନ କରାଯିବ। ବିଶାଳ ସ୍କ୍ରିନ୍‌ରେ ହିଁ ରାବଣର ପୁତ୍ତଳିକା ଦହନ କରାଯିବ ତ, ଆଉ କେଉଁଠି ପୁତ୍ତଳିକା ପ୍ରକୃତରେ ଜଳିବ। କିନ୍ତୁ ଆତସବାଜିର ଚମକ ଓ ତାଳଫୋଟକାର ଧମାକା ଭର୍ଚୁଆଲ ମୋଡ୍‌ରେ ହେବ। ଅର୍ଥାତ୍‌ ସମୁଦାୟ ମିଶାଇ ମାମଲା ହାଇବ୍ରିଡ୍‌ ହେବ । ଦିଲ୍ଲୀରେ ଡିଡିଏମ୍‌ଏର ସବୁଜ ସଙ୍କେତ ମିଳିବା ପରେ ସରକାର ସର୍ତ୍ତ ଓ ପ୍ରୋଟୋକଲ ସହ ରାମଲୀଳା ଓ ଦୁର୍ଗାପୂଜାର ଅନୁମତି ତ ଦେଇଛନ୍ତି , ହେଲେ ଦଶହରା ଓ ରାବଣ ଦହନକୁ ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନଆସିବାରୁ ଏହା ଦ୍ୱନ୍ଦ୍ୱରେ ରହିଛି । ଅନେକ ରାମଲୀଳା କମିଟି ଦ୍ୱନ୍ଦ୍ୱରେ ହିଁ  ଦଶହରାକୁ ରାମଲୀଳାର ଅଂଶ ମାନି ସେହି ପ୍ରୋଟୋକଲ ଓ ସର୍ତ୍ତ ରହିବ ନା ଆତସବାଜି ଓ  ତାଳଫୋଟକା କାରଣରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ କୌଣସି ବିଶେଷ ନିର୍ଦ୍ଦେଶ ଆଣିବ। ଦେଶର ସ୍ୱାଧିନତା ସମୟରୁ ହିଁ ଦିଲ୍ଲୀ ଛାବନୀରେ ହେଉଥିବା ରାମଲୀଳାର ବର୍ତ୍ତମାନ ଆୟୋଜକ ଶ୍ରୀ ରଘୁନନ୍ଦନ ଲୀଳା ସମିତି ମଧ୍ୟ ଦ୍ୱନ୍ଦ୍ୱରେ ରହିଛି । ଦଶହରାର ପ୍ରସ୍ତୁତି ତ  ହେଉଛି , ହେଲେ ମନରେ ମଧ୍ୟ ଏହି ଭାବନା ଅଛି କି ଛାବନୀର ଅଞ୍ଚଳରେ ସରକାର ଓ ସେନା କୌଣସି ନୂଆ ମାମଲା ଯେମିତି ସୃଷ୍ଟି ନକରନ୍ତୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!