Odian News
59

ଆର୍ଯ୍ୟନର ଠିକଣା ଆର୍ଥର ରୋଡ ଜେଲ ନଂ ୯୫୬

ମୁମ୍ବାଇ ୧୫।୧୦ : କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କୋର୍ଟରୁ ଗୁରୁବାର ମଧ୍ୟ ଜାମିନ ମିଳିଲାନାହିଁ। ଆର୍ଯ୍ୟନଙ୍କୁ ଆସନ୍ତା ୫ ଦିନ ଜେଲରେ ରହିବାକୁ ପଡିବ। ଅର୍ଥାତ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୧୫ ରୁ ୧୯ ପର୍ଯ୍ୟନ୍ତ, ମୁମ୍ବାଇ ସେସନ୍ସ କୋର୍ଟର ଛୁଟି ରହିବ । ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି। ଆର୍ୟନଙ୍କୁ ତାଙ୍କର କଏଦୀ ନଂ ମିଳିଯାଇଛି। ତାଙ୍କର ନଂ ୯୫୬ ରହିଛି। ଜେଲରେ ତାଙ୍କୁ ନାଁ ଅନୁସାରେ ନୁହେଁ ବରଂ ତାଙ୍କର ନଂରେ ଡକାଯାଉଛି।

ଆଇନ ଅନୁଯାୟୀ, ଜେଲରେ ଥିବା ଆର୍ଯ୍ୟନଙ୍କୁ ଅନ୍ୟ କଏଦୀମାନଙ୍କ ପାଇଁ ଉପଲବ୍ଧ ଥିବା ଜେଲର ଖାଦ୍ୟ ଖାଇବାକୁ ପଡ଼ିବ। କେବଳ ଏତିକି ନୁହେଁ ଜେଲ ପ୍ରଶାସନ ତାଙ୍କୁ ଅନ୍ୟ ବନ୍ଦୀମାନଙ୍କ ପରି ବ୍ୟବହାର କରିବେ। ଜେଲ ପ୍ରଶାସନ ସହ ଜଡିତ ସୂତ୍ର ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କଏଦୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ମୋବାଇଲରୁ ଭିଡିଓ କଲ ମାଧ୍ୟମରେ ସେମାନଙ୍କ ପରିବାର ସହ କଥା ହେବାକୁ ଅନୁମତି ଦିଆଯାଉ। ସେହିଭଳି ଆର୍ଯ୍ୟନଙ୍କ ପରିବାର ସଦସ୍ୟଙ୍କ ପାଖକୁ ଏକ ଭିଡିଓ କଲ କରାଯାଇଛି, ଏହା ଜଣା ଯେ କୋଭିଡ କାରଣରୁ କୌଣସି ବନ୍ଦୀ ତାଙ୍କ ପରିବାରକୁ ଭେଟି ପାରିବେ ନାହିଁ।

ଭିଡିଓ କଲ୍ ମାଧ୍ୟମରେ ଆର୍ଯ୍ୟନ୍ ଖାନ୍ ଜେଲରୁ ମା ଗୌରୀ ଏବଂ ବାପା ଶାହାରୁଖଙ୍କ ସହ କଥା ହୋଇଥିଲେ। ତେବେ ଏତେ ଦିନ ପରେ ଆର୍ଯ୍ୟନ୍ ଭିଡିଓ କଲ୍ ମାଧ୍ୟମରେ ବାପା-ମାଆଙ୍କ ସହ କଥା ହେବା ପରେ ବି କାନ୍ଦୁଥିଲେ । ପୁଅର କାନ୍ଦୁଥିବା ଦେଖି ଗୌରୀଙ୍କ ଆଖିରୁ ଲୁହ ବାହାରିଗଲା । ଆର୍ଯ୍ୟନ୍ ତାଙ୍କ ମା ଗୌରୀଙ୍କ ଫୋନ ନମ୍ବର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ, ଦୁହେଁ ପ୍ରାୟ ୧୦ ମିନିଟ୍ କଥା ହୋଇଥିଲେ। ଜେଲ୍‌ ନିୟମ ମୁତାବିକ ବିଚାରାଧୀନ କଏଦୀ ମାସରେ ଦୁଇ କିମ୍ବା ତିନି ଥର ନିଜ ପରିବାର ସଦସ୍ୟ କିମ୍ବା ଓକିଲଙ୍କ ସହ ଭିଡ଼ିଓ କଲ୍‌ରେ କଥା ହୋଇପାରିବେ। ବର୍ତ୍ତମାନ ଆର୍ଥର ରୋଡ ଜେଳରେ ୧୧ଟି ସ୍ମାର୍ଟଫୋନ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!