Odian News
109

ପୋଲିସ୍ ହେପାଜତରୁ ଫେରାର୍ ଘଟଣା

ବଲାଙ୍ଗୀର ,୧୮/୧୦: ପୋଲିସ୍ ବ୍ୟାରେକ୍ ରୁ ସ୍କୁଲ ସଭାପତି ଚମ୍ପଟ ଘଟଣାରେ  ଦାୟିତ୍ୱରେ ଥିବା ୩ ପୋଲିସ୍ କର୍ମଚାରୀଙ୍କୁ ସସପେଣ୍ଡ କରିଦିଆଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣ ପୋଲିସ୍ ଙ୍କୁ ସସପେଣ୍ଡ କରାଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି । ଗତକାଲି ରାତିରୁ ଟିଟିଲାଗଡ଼ ପୋଲିସ୍ ବ୍ୟାରେକ୍ ରୁ ଚମ୍ପଟ ମାରିଛନ୍ତି । ତେବେ ସେ ଚମ୍ପଟ ମାରି କେଉଁ ଆଡ଼େ ଯାଇଛନ୍ତି ତାହା ଜଣାପଡ଼ିନାହିଁ । ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ୍ । ବର୍ତ୍ତମାନ ଟିଟିଲାଗଡ଼ ପୋଲିସ୍ ଗୋବିନ୍ଦଙ୍କ ସନ୍ଧାନରେ ଲାଗି ପଡ଼ିଛନ୍ତି । ତେବେ ପୋଲିସ୍ ହେପାଜତରୁ ଫେରାର୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!