Odian News
106

ମମିତା ନିଖାଜ ମାମଲା : ମନ୍ତ୍ରୀଙ୍କ ବହିଷ୍କାର ଦାବି

ବଲାଙ୍ଗିର,୧୯/୧୦ : ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ନିଖୋଜ ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସିଲା ପରେ ଅଡ଼ୁଆରେ ପଡ଼ିଯାଇଛନ୍ତି ମନ୍ତ୍ରୀ। ବିଶେଷ କରି ସେହି ସ୍କୁଲ୍‌ରେ ଯୌନ କେଳେଙ୍କାରୀ ପରି ସଙ୍ଗୀନ ଅଭିଯୋଗ ଏବେ ସରକାରଙ୍କ ପାଇଁ ମଧ୍ୟ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛି। ସୋମବାର ଦିନ କଂଗ୍ରେସ ଓ ବିଜେପି ପକ୍ଷରୁ ଭୁବନେଶ୍ୱରରେ ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ମନ୍ତ୍ରିମଣ୍ଡଳରୁ ଶ୍ରୀ ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି। ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଗଲେ ତଦନ୍ତ ପ୍ରକ୍ରିୟା ଠିକ୍ ଚାଲିବ ନାହିଁ ବୋଲି ବିରୋଧୀ  ଜଣାଇ ଦେଇଛନ୍ତି। ଏ  କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୯ରୁ ଅଧିକ ଦିନ ବିତିସାରିଲାଣି । ହେଲେ ପୋଲିସର ଛାନଭିନ୍ ଜାରି ରହିଥିବା ବେଳେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତାମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି । ଏହିପ୍ରରିପେକ୍ଷୀରେ ଆଜି ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ଗତକାଲି ରାତିରୁ ବରିଷ୍ଠ ବରିଷ୍ଠ ପୋଲିସ ଅଧିକାର ସେଠାରେ ଉପସ୍ଥିତ ରହିଛନ୍ତି । ନିଖୋଜ ମମିତା ମେହେରଙ୍କ ସହ କୈାଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି । ଷ୍ଟାଡିୟମ୍ ପରିସରକୁ ମମିତାଙ୍କ ଜଣେ ସମ୍ପର୍କୀୟଙ୍କୁ ଆଣିଛି ପୋଲିସ । ନିଖୋଜ ଶିକ୍ଷୟତ୍ରୀଙ୍କୁ ଏଠାରେ ହତ୍ୟା କରି ପୋତିଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ଷ୍ଟାଡିୟମ୍ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ଆରମ୍ଭ ହେବ । ଅନ୍ୟପଟେ  ପୋଲିସ ବାରାକରୁ କେମିତି ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର ହୋଇଗଲେ, ସେନେଇ ପ୍ରଶ୍ନ ଉଠିଛି । ଏତେ ପୋଲିସ ଥାଇ କେମିତି ଚକମା ଦେଲେ ଗୋବିନ୍ଦ? ଗୋବିନ୍ଦ ଖସିଗଲେ ନା ତାଙ୍କୁ ଖସାଇଦେଲେ ବୋଲି ପ୍ରଶ୍ନ ଉଠୁଛି । ଏହା ସହ ଫେରାର ବେଳେ କାହିଁକି ପାୱାରକଟ୍ ହୋଇଥିଲା ବୋଲି ପ୍ରଶ୍ନ ଉଙ୍କିମାରୁଛି । ତେବେ ଗୋବିନ୍ଦଙ୍କ ବିରୋଧରେ ଆଇପିସିର ୩୬୬ ଧାରା ଲାଗିଥିବା ବେଳେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ । ତଥାପି ବି ଗୋବିନ୍ଦଙ୍କୁ କାହିଁକି ପୋଲିସ କୋର୍ଟଚାଲାଣ କରିନଥିଲା ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!