Odian News
98

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା ,ଗୋବିନ୍ଦ ସାହୁ ମୋଷ୍ଟ ଓ୍ବାଣ୍ଟେଡ୍ ଘୋଷଣା

ବଲାଙ୍ଗିର ୧୯।୧୦: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ    ମହାଲିଙ୍ଗ ଷ୍ଟାଡିୟମ୍ ଖୋଳା ବେଳେ ଏକ ଗଳିତ ମୃତଦେହ ମିଳିଛି ଯାହା ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କର ବୋଲି ସନ୍ଦେହ କରାଯାଉଛି । ସେପଟେ ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଥିବା ବେଳେ ତାଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଦର୍ଶାଇଛି ପୋଲିସ । ତାଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି ବଲାଙ୍ଗିର ପୋଲିସ । ୨୦ ହଜାର ଟଙ୍କା ପୁରଷ୍କାର ଘୋଷଣା କରାଯାଇଛି । ଗତ ୧୭ ତାରିଖ ରାତିରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ବ୍ୟାରେକରୁ ଫେରାର ଅଛନ୍ତି ଗୋବିନ୍ଦ ସାହୁ । ସେପଟେ ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଛି ଗଳିତ ମୃତଦେହ । ମୃତଦେହଟି ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଉଦ୍ଧାର ହୋଇଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗୀର ପୋଲିସ କହିଛି । ମୃତଦେହ ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି । ଖେଳ ପଡିଆ ଜଗୁଆଳି ଏବଂ ଜେସିବି ଡ୍ରାଇଭରଙ୍କ ଅଟକ ପରେ ଷ୍ଟାଡିୟମରେ ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା ।  ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମାଜିଷ୍ଟ୍ରେଟ୍ ଙ୍କ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଘଟଣାସ୍ଥଳରେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ପୋଲିସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମରେ ମାଟି ଖୋଳି ଯାଞ୍ଚ କରିବା ପୂର୍ବରୁ ପୋଲିସ ଦୁଇ ଜଣଙ୍କ ଅଟକ ରଖିଥିଲା । ନିର୍ମାଣଧୀନ ମହାଲିଙ୍ଗ ସରକାରୀ ହାଇସ୍କୁଲ ଖେଳପଡିଆର ଜଗୁଆଳି ଗୁପ୍ତେ ତାଣ୍ଡି ଏବଂ ସେଠାରେ ନିୟୋଜିତ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ମଧ୍ୟ ପୋଲିସ ଦ୍ବାରା ଅଟକ। ଏମାନଙ୍କ ସୂଚନାକୁ ଆଧାର କରି ପୋଲିସ ଷ୍ଟାଡିୟମ୍ କୁ ସିଲ୍ କରି ଖୋଳିବା ଆରମ୍ଭ କରିଥିଲା ।  ସେଠାରୁ ଗଳିତ ମୃତଦେହ ମିଳିବା ପରେ ଘଟଣା ଆହୁରି ରହସ୍ୟ ଆଡକୁ ଯିବାରେ ଲାଗିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!