Odian News
49

ଆଜି ‘କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦର’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ, ୨୦।୧୦:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶ ଅନ୍ତର୍ଗତ ଭଗବାନ ବୁଦ୍ଧଙ୍କ ପରିନିର୍ବାଣ ଠାରେ ‘କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର’ ଉଦ୍‌ଘାଟନ କରିଛିନ୍ତି। ୧୩୦ଜଣ ଯାତ୍ରୀଙ୍କୁ ନେଇ ଶ୍ରୀଲଙ୍କାରୁ ଆସିଥିବା ଏକ ବିମାନ ମଧ୍ୟ ସେଠାରେ ଅବତରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭକ୍ତମାନଙ୍କ ପାଇଁ ଭଗବାନ ବୁଦ୍ଧଙ୍କ ସହ ବିଜଡ଼ିତ ସ୍ଥାନଗୁଡ଼ିକର ବିକାଶ ଏବଂ ଉତ୍ତମ ଯୋଗାଯୋଗ ସୁବିଧା ସୃଷ୍ଟି ନିମନ୍ତେ ଏବେ ଭାରତରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। କୁଶୀନଗରର ବିକାଶ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ଥିଲା। କୁଶୀନଗର ହେଉଛି ସମଗ୍ର ବିଶ୍ୱର ବୌଦ୍ଧଧର୍ମ ଅନୁଗାମୀମାନଙ୍କ ନିମନ୍ତେ ଅନ୍ୟତମ ପ୍ରମୁଖ ତୀର୍ଥସ୍ଥାନ। ଏହା ହେଉଛି ଗୌତମ ବୁଦ୍ଧଙ୍କର ଅନ୍ତିମ ବିଶ୍ରାମ ସ୍ଥଳ। ମୃତ୍ୟୁ ପରେ ବୁଦ୍ଧ ସେଠାରେ ମହାପରିନିର୍ବାଣ ପ୍ରାପ୍ତ ହୋଇଥିଲେ।ଏହି ବିମାନ ବନ୍ଦରକୁ ମିଶାଇ କେବଳ ଉତ୍ତର ପ୍ରଦେଶରେ ଲୋକମାନଙ୍କ ପାଇଁ ୯ଟି ନୂଆ ବିମାନ ବନ୍ଦର ଏବଂ ଟର୍ମିନାଲ୍‌ ନିର୍ମାଣ କରାଯାଇଛି। ଭାରତର ବୃହତ୍ତମ ବିମାନ ବନ୍ଦର ହେବାକୁ ଯାଉଥିବା ‘ଜେଓ୍ଵାର୍‌ ବିମାନ ବନ୍ଦର’ର କାର୍ଯ୍ୟ ରେକର୍ଡ ବେଗରେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!